STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

କଳଙ୍କ

କଳଙ୍କ

1 min
281


   

ନିଜେ ଲେଖିଥିବା କଥା କାହାଣୀର

    ନାୟକ ଆଜି ମୁଁ ନିଜକୁ ପାଉନି ଖୋଜି

 "କଳା"ର କଳାରେ କଳଙ୍କିତ ମୁଁ ଯେ

    ଲୁହ ଜୁଡୁବୁଡୁ ଠିକଣା ଯାଇଛି ହଜି 


  କଳା ମେଘ ଦେଲା ଢାଙ୍କି ଇତିହାସ

      ବୋହୁଛି କଳଙ୍କ ଦାଗ

  ମରୀଚିକା ପଛେ ଚିହ୍ନା ଚିହ୍ନା ମୁହଁ

     ନିଇତି ବଦଳେ ଦିଗ

   ଝଡରେ ଝୁମିଛି ବଢ଼ିରେ ବୁଡିଛି

   କୁହୁଡିକୁ କିଆଁ ଡରେ କାକରରେ ଭିଜି!...


  ସହର ଶେଷରେ ସାଇତା ସ୍ୱପ୍ନ ମୋ

     କାହା ଛାଇଟିଏ ହୋଇ

  ନିଦୁଆ ଆଖିରୁ ନିଦ ଚୋରି କରେ

      ମିଠା ମିଠା ବିଷ ଦେଇ

   ଲେଖିଥିଲି ଯାହା ଉଭେଇ ଯାଇଛି

 ଛପା କାଗଜଟା ଖାଲି ଖାଲି ଲାଗେ ଆଜି ....


   ପାଗଳ ନୁହେଁ ମୁଁ ପ୍ରଳାପ କରୁଛି

      ପ୍ରତିଧ୍ୱନି ମୋର କହେ

  ପ୍ରତିଟି ମୁହୂର୍ତ୍ତ ଦୁଃଖ ଜର୍ଜରିତ

     ଅତୀତ ଯାତନା ଦିଏ

   ସତସାଥେ ମିଛ ଖେଳେ ଲୁଚକାଳି

   ସବୁ ବୁଝି ପୁଣି ପାରୁନାହିଁ କିଛି ବୁଝି ..

      


Rate this content
Log in