STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

କଳାର କଳଙ୍କ ପିନ୍ଧିବା ପରେ ମୁଁ

କଳାର କଳଙ୍କ ପିନ୍ଧିବା ପରେ ମୁଁ

1 min
13.5K


କଳାର କଳଙ୍କ ପିନ୍ଧିବା ପରେ ମୁଁ

ନିନ୍ଦାର କାହାଣୀ ଶୁଣିଛି

ଛଳନାର ବୋଝ ଭାରି ଭାରି ଲାଗେ

ତଥାପି ଏମିତି ବଞ୍ଚିଛି।

କଳା କଉଶଳ ଦୋଷକୁ ଲୁଚାଇ

ମତେ କରିଦେଲ ଦୋଷୀ

ମଥା ପାତି ମୁଁ ଯେ ନୀରବେ ସହିଛି

ପାରୁନାହିଁ ଆଜି ହସି

ତୁମରି ଦୋଷକୁ ଆଜୀବନ ପାଇଁ

ହସି ହସି ମୁଁ ସହିଛି।

ମୁହଁ ଖୋଲି ମୋର ମନକଥା କିଛି

ତୁମକୁ ପାରିନି କହି

କଳଙ୍କ ଭରା ମୋ ଜୀବନ କାହାଣୀ

ତୁମକୁ ପାରିବ ଛୁଇଁ

ସେ କଳଙ୍କେ ଅଛି ତୁମ ମିଠା ସ୍ମୃତି

କଳଙ୍କିନୀ ମୁଁ ସାଜିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍