କଳାପକ୍ଷୀ
କଳାପକ୍ଷୀ
1 min
18
ଭାବିଥିଲି ପକ୍ଷୀ ଭାରି ବିଶ୍ୱସ୍ତ
କଲା ମତେ ପରାସ୍ତ
ଭାବନା କୁ ଚିରି କଲା ପରସ୍ତ
ହେଇପାରୁନି ଆଶ୍ୱସ୍ତ
ନିରଳସ ତାର କର୍ମତତ୍ପରତା ବେସ୍ତ
କଲା ମତେ ନିରସ୍ତ
ଅନଭିଜ୍ଞ ମନ କରି ମତେ ଦାନ ମୁଁ ବିବ୍ରତ
ଭାବରେ ତା ବୈଚିତ୍ର
ଡେଣା ତା ଚିତ୍ରିତ ରଙ୍ଗରେ ବିଚିତ୍ର
ଜମା ନୁହେଁ ବିବ୍ରତ
ପାପ ପୂଣ୍ୟ ମୋର କରୁଥାଉ ହିସାବପତ୍ର
ମୁଁ କିନ୍ତୁ ନିର୍ଲିପ୍ତ
ସେଇ ପକ୍ଷୀ ଆଉ କିଏ ହେବ, ଏକା ଜଗନ୍ନାଥ
ଭାରି ସ୍ୱତନ୍ତ୍ର ଓ ଏକାନ୍ତ
ବଡଦାଣ୍ଡେ ତାଙ୍କ ଗଡ଼ିବ ତିନିରଥ, ନାମ ରଥଯାତ
ଭକ୍ତ ଆଖି ହେବ ପବିତ୍ର.
