କିଏ ତୁମେ
କିଏ ତୁମେ
1 min
6.6K
କିଏ ତୁମେ ?
ଠକ୍ ଠକ୍ କର ଦ୍ୱାରଦେଶେ ଅବିରତ
କିଏ ତୁମେ ?
ଦେଖା ଦିଅ ନାହିଁ ମୋତେ
ଭିତରକୁ ଆସ ନାହିଁ
ଭିତରକୁ ଆସିବାକୁ ଇଚ୍ଛାନାହିଁ ଯଦି
ଠକ୍ ଠକ୍ କର କ'ଣ ପାଇଁ ଅବିରତ
ଦ୍ୱାରଦେଶେ କିଏ ତୁମେ ?
ସଙ୍ଖୋଳି ଆଣିବାକୁ ଯେବେ ଯାଏ
ଦ୍ୱାରଦେଶେ ପାଏ ନାହିଁ ତୁମରି ଦର୍ଶନ
କୁହ ତେବେ ତୁମେ
ଠକ୍ ଠକ୍ କର କ'ଣ ପାଇଁ ଅବିରତ
ଦ୍ୱାରଦେଶେ କିଏ ତୁମେ ?
ପାଏ ତୁମ ଉପସ୍ଥିତି ପ୍ରତିକ୍ଷଣ
ମୋର ଚର୍ତୁପାଶେ
ଅନୁଭବ କରେ ତୁମେ ଅଛ ବୋଲି
ତଥାପି ଦିଅ ଜଣାଇ
ଠକ୍ ଠକ୍ କର କ'ଣ ପାଇଁ ଅବିରତ
ଦ୍ୱାରଦେଶେ କିଏ ତୁମେ ?