STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

କିଏ ଆଣିଦେବ ମୋତେ ମୋ ପିଲାଦିନ

କିଏ ଆଣିଦେବ ମୋତେ ମୋ ପିଲାଦିନ

1 min
11.3K

 

   କିଏ ଆଣିଦେବ ମୋତେ ମୋପିଲାଦିନ

           ଚଗଲାମି ଚପଳାମି 

          ଅମାନିଆ ବାଚାଳାମି

           ଢଳଢଳ ଛଳଛଳ

            ଚଞ୍ଚଳ ଜୀବନ  

  କିଏ ଆଣିଦେବ ମୋତେ ମୋ ପିଲାଦିନ l


          ଆମ୍ବତୋଳା ଟେକାମାରି

          ଡୁଡୁ ପୁଣି ବୋହୁଚୋରୀ

          ପୂଜା ଆଉ ପାର୍ବଣରେ

          ସାହି ବୁଲା ଫୁଲ ଚୋରୀ

          ଖେଳିବାର ମଜା ଆଉ

            ବୁଲିବାର ମଜା

       ବରଗଛ ଓହଳରେ ଝୁଲିବାର ମନ 

   କିଏ ଆଣିଦେବ ମୋତେ ମୋ ପିଲାଦିନ l


           ଆଈର କାହାଣୀ ପେଡି

           କୋରୁଅ ସାଙ୍ଗରେ ମୁଢି       

          ଶୀତଦିନେ ନିଆଁପୁଆଁ

          ଧନୁ ସଙ୍କରାନ୍ତି ମୁଆଁ

          ବର୍ଷାଦିନେ ଗାଁ ଦାଣ୍ଡେ

          କାଗଜ ଡଙ୍ଗାର ମଜା

      ଝିପିଝିପି ବରଷାରେ ଭିଜିବାକୁ ମନ     

 କିଏ ଆଣିଦେବ ମୋତେ ମୋ ପିଲାଦିନ..


        ବାପାଙ୍କ ତାଗିଦା ପୁଣି

        ଜେଜେଙ୍କ ମଧୁର ବାଣି

        ଅଜାଘରେ ଖରାଛୁଟି

       ମଉଜରେ ଯାଏ କଟି

       ଦାଦା ଖୁଡି ମାମୁଁ ମାଇଁ

      ସ୍ନେହ ଶରଧାର ନଈ

    ବୋଉ ପଣତରେ ମୁହଁ ପୋଛିବାକୁ ମନ

   କିଏ ଆଣିଦେବ ମୋତେ ମୋ ପିଲାଦିନ l


     ସପନରେ ଭାସି ଭାସି

     ମେଘ ସାଥେ ମିଶି ମିଶି

     ଜଞ୍ଜାଳ ରୁ ହୋଇ ମୁକ୍ତ

     ଗାଇ ଗାଇ ନୂଆ ଗୀତ

     ପବନକୁ ମିତ କରି

      ସମୟର ବୁକୁ ଚିରି

  ହଜିଲା ଦିନକୁ ମୋର ଫେରିବାକୁ ମନ

  କିଏ ଆଣିଦେବ ମୋତେ ମୋ ପିଲା ଦିନ l


    



Rate this content
Log in