STORYMIRROR

Panchanan Jena

Others

4  

Panchanan Jena

Others

କି'ଏ କାନ୍ଦେ

କି'ଏ କାନ୍ଦେ

1 min
215

ଗପ ଶୁଣିବା ବେଳେ ଦିନେ ଜେଜେକୁ ପଚାରିଲି

ଆମ ମେଘା କରେ ଏଁ ଏଁ

ମା’ ମାଡ଼ ଦେଲେ ମୁଁ କରେ ଭେଁ ଭେଁ

ଥୁପୁନି ଅପା ବାହାଘର ବେଳେ କଇଁ କଇଁ

ବଳିଆ ଠାକ ମରିଗଲା ବେଳେ ସବୁ ସଇଁ ସଇଁ

କାହିଁକି ଜେଜେ .....?

କାନ୍ଦିବା ତ ଏକା !

ଲୁହ ଝରିବା ତ ଏକା !

ସ୍ଵର ସବୁ ଅଲଗା ଅଲଗା

କାହିଁକି ଜେଜେ ??

ଆଜିକାଲି ମୁଁ କାନ୍ଦେନା

                    କହିଲେ ଭୁଲହେବ

ମୁଁ କାନ୍ଦିପାରେନା |

ଆଖିକୋଣକୁ ଲୁହ ଆସେନା

ଲୋତକର ତମସା କେତେବେଳୁ

         ଛାତି ମେଲେଇ

         ପେଟ ଦେଖେଇ

ଶୁଖିଲା ପଡି ରହିଛି |

ଲୋତକଗ୍ରନ୍ଥି ସବୁ କଳକଳେଇ ଝରୁନି

ହରମୋନ ସବୁ କ୍ଷ୍ୟରିତ ହେଉନି

        ମନରେ ସ୍ଵତ ପ୍ରଶ୍ନ ଉଠେ

କି’ଏ କାନ୍ଦେ ଏବଂ କାହିଁକି ?

କାନ୍ଦିବା କ’ଣ ସ୍ଵାସ୍ଥପ୍ରଦ ?

କ’ଣ ପାଇଁ କାନ୍ଦେ ?

ଦୁଃଖରେ ଅବା ସୁଖରେ

ଶୋକରେ ଅବା ମୋହରେ

ମାୟାରେ ଅବା ଦୟାରେ

ଆଲୁଅରେ ଆବା ଅନ୍ଧାରରେ

ସତସତିକା ଅବା ମିଛିମିଛିକା

ଚିନ୍ତାର ଢେଉମାଳ

            ପିଟି ହେଉଥାନ୍ତି

            ସ୍ଵତ ଉଠୁଥାନ୍ତି |

ବାପା ହେଲାବେଳେ ଆପେଆପେ ଜାଣିଲି

ନାକରେ କାନ୍ଦିବା ଝିଅଙ୍କ ବଳ

ମିଳିବ ବେଶୀ ଭାଗର ଫଳ |

ଲୋତକ ଝରଇ ବେନି ନୟନୁ

ପ୍ରିୟଜନ ଗଲେ ଏ ଜୀବନୁ|

ଲୋଚନ ଯୋଗଳ ବନ୍ୟାରେ ଭାସେ

ଝିଅ ବିଦାବେଳେ ମନକୁ ଆସେ |

ଛାତି ଫଟେଇ ଆସେ ଲୁହର ଧାର

 ଅଳ୍ପ ବୟସେ ମଲେ ଜ୍ଞାତି ସୋଦର | 

ବାହୁନି ବାତୁନି ରାହା

ସମସ୍ତେ କରନ୍ତି ହା---ହା—ହା---ୟ...|

ମାତ୍ର !

ଅର୍ଦ୍ଧାଙ୍ଗିନି କହନ୍ତି

କାନ୍ଦିଲେ ଲାଗେ ହାଲକା

ସୁକୁସୁକେଇ ଘର କୋଣରେ ଏକାଏକା |

ଜେଜେ ହେଲା ପରେ ଆପେଆପେ ଜାଣିଲି

ଅନୁତାପର ଅନଳ

ଅନୁଚିନ୍ତାର କରାଳ

ବୋହୁର ଘେଙ୍ଗଟା

ସ୍ତ୍ରୀର ହଟହଟା

ପୁଅର ଅନାଦର

ପଡୋଶୀର ହତାଦର

ଏକା ନିଃସଙ୍ଗ ଜୀବନ

ମନକୁ କରେ ମେଘାଚ୍ଛନ୍ନ

ସ୍ଵତସ୍ଫୁର୍ତ୍ତ ଉତ୍ସକୁପ ପରି

ଆଖି କୋଣକୁ ଆପେ ଆପେ ଆସେ

ତତଲା ଦୁଇ ଧାର ଜେସେ

ଗଣ୍ଡ ଦେଶକୁ ଛୁଇଁ

ବହିଯାଏ ଝରିଯାଏ କାହିଁ ?

ଠପ ଠପ ଥମ ଥମ .....|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍