STORYMIRROR

Gouranga Patel

Others

3  

Gouranga Patel

Others

ଖାଣ୍ଟି ଓଡ଼ିଆ

ଖାଣ୍ଟି ଓଡ଼ିଆ

1 min
207


ଜୟ ଉତ୍କଳଜନନୀ

ତୋ ଅଧିନସ୍ଥ ଆମେ ସଭିଏ

ଗର୍ବର ସହ କହୁ "ଆମେ ଓଡ଼ିଆ"

ଖାଣ୍ଟି ଓଡ଼ିଆ 

ତୀର୍ଥ କ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ପୂଣ୍ୟଭୂମିରେ

ଅଭିଭୂତ ଆମେ

ଆମ ଐତିହ୍ୟ, ଆମ ପରମ୍ପରା ସାଉଁଟିବାରେ

ସରଳ ଆମ ଜୀବନଯାପନ

କିନ୍ତୁ 

ବିଶ୍ୱ କଲ୍ୟାଣ ନିମନ୍ତେ

ସତତ ଚେଷ୍ଟିତ

ଆମ ପାଇଁ ବିଶ୍ୱ 'ମଧୁମୟ'

ଗାଆଁ, ସହର, ନଗର ସବୁ ଜଗନ୍ନାଥ ମୟ

ଗାଆଁ ମାଟି ମାତୃଭୂମିରେ

ସାକ୍ଷରତାର ପ୍ରଥମ ଅକ୍ଷର 

"ମା" 

ଆଜ୍ଞା ଚକ୍ ଖଡ଼ିଟିଏ ହାତରେ ଧରାଇ 

ନୂଆ ସିଲଟରେ ଶିଖାଇଥିଲେ ମାଆ ସରସ୍ଵତୀଙ୍କ ପୂଜା ତିଥିରେ

ମା . . . ମା . . . ଘୋଷି ଅଭ୍ୟାସ କରୁ କରୁ

ସ୍କୁଲ ଯିବା ଆରମ୍ଭ

କେବଳ ଗୋଟିଏ ଲକ୍ଷ୍ୟ . . . ପାଠପଢିବା

ଏଇ ଭାଷାର ସାହାରାରେ ଶିଖିଲେ ଜାଣିଲେ

ତା ସିଡିରେ ଚଢି ପୂର୍ଣ୍ଣ ରୂପେ ବିକଶିତ ହୋଇ

ବଡ ହେଲୁ, ଚାକିରୀ କିମ୍ବା ନିଜ କାନ୍ଧରେ ନିଜ ବେଉସା 

ଓଡ଼ିଶାରେ ଅବା ବାହାରେ

ବ୍ୟସ୍ତତା ଭିତରେ ଯୁଝି ଯୁଝି ଭୁଲିଯାଇନୁ ତ ଆମେ

ସେଇ ଅତୀତର କୋଳକୁ ବଳିଷ୍ଠ କରିବା ପାଇଁ

କର୍ତ୍ତବ୍ୟ ରହିଛି ପ୍ରତିଟି ଓଡ଼ିଆବାସୀ, ଆମ ସମସ୍ତଙ୍କର

ସଂକଳ୍ପ କରିବା ଆସ

ପ୍ରତକ୍ଷ୍ୟ ବା ପରୋକ୍ଷ ଭାବରେ କିଛି ତ କରିପାରିବା

ନିଜ ଭାଷା ପାଇଁ, ଜନମମାଟି ପାଇଁ

ଆହ୍ୱାନ

ଟିକିଏ ପ୍ରତିଦାନ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍