STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

କେତେ ଦିନ ଆଉ ଦେବ ନାହିଁ ଦେଖା

କେତେ ଦିନ ଆଉ ଦେବ ନାହିଁ ଦେଖା

1 min
221


 ଭାବ ବିନୋଦିଆ ଭାବର ଠାକୁର

 ଭକତଙ୍କୁ ଗଲ ଭୁଲି

 ଭଲା ହେଲା କାଳ ଭୟରେ ଆକୁଳ

 ଭିଜୁଛୁ ଲୁହରେ ଖାଲି ।


 ଚାପ ଦେଖିଲୁନି ରଥ ଟାଣିଲୁନି

 ଦେଖିବୁନି ସୁନା ବେଶ

 ଅଧରପଣାକୁ ନୀଳାଦ୍ରି ବିଜୟ

 ବିନା ଭକ୍ତେ ହେବ ଶେଷ

 ବିନା ଭକତରେ ତୁମ ନୀତିକାନ୍ତି

 ବାଇଶି ପାହାଚ ଖାଲି

 ଭକତଙ୍କୁ ଗଲ ଭୁଲି...


 ବଡବଡୁଆଙ୍କୁ ବାଇଶି ପାହାଚେ

 ପିଣ୍ଡ ଦେଇ ହେଉନାହିଁ

 ଆଡପ ଦର୍ଶନ ଭକତଙ୍କୁ ମନା

 ଆସନ୍ତିନି ପୁରୀ କେହି

 ଦୂରରୁ ଦର୍ଶନ ପତିତପାବନ

 ଝୁରୁଛି ଶରଧାବାଲି

 ଭକତଙ୍କୁ ଗଲ ଭୁଲି....  


 କେତେ ଦିନ ଆଉ ଦେବ ନାହିଁ ଦେଖା

 ଏମିତି ପ୍ରଭୁହେ ଲୁଚି

 ପାହିଯିବ କେବେ ଏଇ ଅମାରାତି

 ଅବସାଦ ଯିବ ଘୁଞ୍ଚି

 କେବେ ମହାପ୍ରଭୁ ଦେଉଳ ଦୁଆର

 ଆମ ପାଇଁ ଦେବ ଖୋଲି 

 ଭକତଙ୍କୁ ଗଲ ଭୁଲି....



Rate this content
Log in