କେଣେ ଚାଲିଗଲ
କେଣେ ଚାଲିଗଲ
ଶୀରିହୀନ ଦିଶେ ଶ୍ରୀ ମନ୍ଦିର ଆଜି
ଉଡ଼ି ବୁଲିଲେଣି କାଉ
କେଣେ ଚାଲିଗଲ ହେ କଳାମାଧବ
ଫେରିବକି ନାହିଁ ଆଉ। ।।
ଆନନ୍ଦ ବଜାର ଗହଳି ଶୁଭୁନି
ଵାଇଶି ପାହାଚ ଖାଲି
ସିଂହଦ୍ୱାର ଢାଳେ ନୟନୁ ଲୋତକ
ଆସ ହେ ମଣିମା ଚାଲି। ।।
ଅଭିମାନ କରି ଲକ୍ଷ୍ମୀ ସାଆନ୍ତାଣୀ
ବସିଛନ୍ତି ମନ ମାରି
ନେବ ବୋଲି କହି ତୁମେ ନେଲ ନାହିଁ
ଏଡ଼େ କପଟିଆ ହରି ।।
ଗୁମୁରି ଗୁମୁରି କାନ୍ଦୁଅଛି ପରା
ସେହି ଯେ ଗରୁଡ଼ସ୍ତମ୍ଭ
ନିରୁପାୟ ହୋଇ ଦଣ୍ଡାୟମାନ ତ
ତୁମ ସେ ଅରୁଣସ୍ତମ୍ଭ। ।।
କିପାଇଁ ଉଡ଼ିବ ପତିତପାବନ
ନିଜକୁ ପଚାରେ ନିଜେ
ତାର ମୂଲ୍ୟ ଆଜି ଲାଗେ ମୂଲ୍ୟହୀନ
ତୁମେ ନାହଁ ବୋଲି ବିଜେ ।।
ମହ ମହ ହୋଇ ଆଉ ଵାସୁନାହିଁ
ତୁମ ସେ ଅଭଡା ଡାଲି
ପ୍ରତୀକ୍ଷା ରେ ପ୍ରଭୁ ଚାହିଁ ରହିଅଛି
ତୁମ ରୋଷଘର ଚୁଲି ।।
ଖାଁ ଖାଁ ଲାଗେ ପାଟ ଅଗଣାଟା
ଖାଁ ଖାଁ ଵଡ଼ଦେଉଳ
ପଣ୍ଡା ପଢିଆରୀ କରନ୍ତି ଗୁହାରି
ଆସ ସାଆନ୍ତେ ସଅଳ ।।
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ ପିପିଲି ପୁରୀ
୯୮୫୩୩୫୪୯୩୮
