STORYMIRROR

kamal kumar dash

Others

3  

kamal kumar dash

Others

କେବେ ତୁମେ ପ୍ରୀତି

କେବେ ତୁମେ ପ୍ରୀତି

1 min
353



କେବେ ତୁମେ ପ୍ରୀତି କେବେ ଅନୁଭୂତି

    ଆଉ କେବେ ଜହ୍ନ ରାତି

କେବେ କବିତାର   ପ୍ରୀତି ଭରା ଗୀତି

      କେବେ ସୁମଧୁର ସୃତି (1)

ତୁମେ ମୋ ମନ ର   ପ୍ରୀତିର ସଂଭାର

     କୋମଳ କୁସୁମ କଳି

ମୋ ମନ ବିଣାର ମଧୁର ଝଙ୍କାର

   ପ୍ରେମ ପକ୍ଷୀର କାକଳି (2)

ଜୀବନ ଟା ପରା   ମାୟା ମରୀଚିକା

   ସପନ ର ଚୋରା ବାଲି

ଯେତେ ପାଇଲେବି ବାକି ରହିଯାଏ

   ଲାଗେ କିଛି ଖାଲି ଖାଲି (3)

ତୁମରି ପାଇଁ କି ଲେଖୁଛି କବିତା

     ଭାବୁଛି ପଢିବ ଥରେ

ପଢି ଖୁସି ହେବ  ଟିକେ ହସି ଦେବ

   ଭିଜିବ  ଖାଲି ସୃତିରେ (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍