STORYMIRROR

Bijayananda Pattanaik

Others

3  

Bijayananda Pattanaik

Others

କବିତାର ରୂପ: ୧

କବିତାର ରୂପ: ୧

1 min
266


ପୁଷ୍ପ ସମ ଗୁନ୍ଥା ମଧୁର ଶବ୍ଦର

ସମାହାରେ ହୁଏ କବିତା,

ଶୃତିକୁ ଆହ୍ଲାଦ ଦୃଶ୍ୟକୁ ମଞ୍ଜୁଳ

ଭରା ଥାଏ କୁଶଳତା।

ଜନ ଜୀବନରେ ସ୍ମୃତି ହୋଇଯାଏ

ତୁଣ୍ଡରୁ ତୁଣ୍ଡକୁ ବ୍ୟାପେ,

ମୁନି ଋଷି କଣ୍ଠୁ ନିଃଶୃତ ଶାଶ୍ଵତ

ବାଣୀ ଭାଷେ ବେଦ ରୂପେ।

ରୂପ ଗୁଣ ପରିପୂର୍ଣ୍ଣା ବନିତା ସେ

ଲାବଣ୍ୟ ବତୀ'ର କାନ୍ତି,

ଚାଲିରେ ତାର ସଙ୍ଗୀତର ଛନ୍ଦ

କବିତା ପରି'ତା ଦ୍ୟୁତି।

ଲଳନାର ଋପ ସମ୍ଭାରେ ଯେପରି

ମୁନି ମନ ବିମୋହିତ,

କବିତାର ରସ ମାଧୁର୍ଯ୍ୟ ସେପରି

ହୃଦୟକୁ କରେ ସ୍ପନ୍ଦିତ।

କବିତା ମୋହରେ ବାରିଦ ଗଗନୁ

ଝରିଯାଏ ଝର ଝର,

ଗୋଲାପ ଫୁଲର ସ୍ନିଗ୍ଧ ତନୁରେ

ଲୋଟିଯାଏ ଶୀତ କାକର।

କବିତା ମୋହିନୀ ମନ୍ତ୍ରେ ବସନ୍ତ

ହୋଇଯାଏ ବର୍ଣ୍ଣବିଭା,

ଭୂବନ ଭାସ୍କର ପ୍ରଭାତ ବନ୍ଦନେ

ଢାଳନ୍ତି ସ୍ବର୍ଣ୍ଣାଭ ଆଭା।

ପ୍ରକୃତି ର ପ୍ରତିଲିପି କବିତାଟି

ସପ୍ତରଙ୍ଗୀ ଇନ୍ଦ୍ରଧନୁ,

ଭ୍ରମର ଗୁଞ୍ଜନ ନଭଃଚର ସ୍ବନ

ଅବା ଗୋଲାପର ତନୁ।

ଜୀବନ ଜୈତ୍ରଯାତ୍ରା ର ଗାଥା

ସପ୍ତ ସୁରେ ଗାଇଯାଏ,

କବିତା ଶୁଣାଏ ମାନବତା ଧର୍ମ

ଚେତନା କୁ ଛୁଇଁ ଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍