STORYMIRROR

Bijayananda Pattanaik

Others

3  

Bijayananda Pattanaik

Others

କବିତାର ଋପ:୩

କବିତାର ଋପ:୩

1 min
300


ଶବ୍ଦକୁ ଛନ୍ଦରେ ଋପାୟନ କରି

ଭାବର ସୂତାରେ ଗୁନ୍ଥନ,

ମହତ ଭାବନା ଉତ୍ତରିତ କଲେ

ମାନସକୁ କରେ ମନ୍ଥନ।୧।

ପୂର୍ବସୂରୀ ଙ୍କର ଅନୁସରିତରେ

ଋଦ୍ଧିମନ୍ତ ହୁଏ କବିତା,

କାଳଜୟୀ ସୃଷ୍ଟି ରଚିଯାଇଛନ୍ତି

ଯୁଗେ ଯୁଗେ ଅନୁଚିନ୍ତା।୨।

ଯାବତ ଚନ୍ଦ୍ର ଦିବାକର ସୃଷ୍ଟିରେ

ହେଉଥିବେ ଆତଯାତ,

ଅମ୍ଲାନ ରହିଛି ରହିବ ସେ ସୃଷ୍ଟି

କାଳ ହୁଏ ମଥାନତ।୩।

ସନ୍ଥ ଏବଂ ଗ୍ରନ୍ଥ ସମାଜ ଗଠନେ

ବାସ୍ତବରେ ସୂତ୍ରଧାର,

ମାନବକୁ ସଦା ସତ୍ୟ ନ୍ୟାୟ ମାର୍ଗ

ଦର୍ଶନରେ ଆଗୁସାର।୪।

ଋଚିହୀନ ଶସ୍ତା କବିତା କି କେବେ

ହୃଦୟ କୁ ଛୁଇଁ ପାରେ?

କ୍ଷଣମାତ୍ର ତାର ଜୀବନ ଆୟୁଷ

ହଜିଯାଏ କାଳ ନୀରେ।୫।

ଜନ ସମାଜକୁ କବିତା ଟି ଯେବେ

ଉତ୍ତରିତ,ଉଦ୍ଭାସିତ,

ନବ ଉନ୍ମେଷ ନ ଆଣି ପାରଇ

ଅସାହିତ୍ୟେ ଗଣା ସେତ।୬।

।।।।।।।। ବିଜୟାନନ୍ଦ ପଟ୍ଟନାୟକ, ଖୋର୍ଦ୍ଧା।।।।।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍