STORYMIRROR

Bijayananda Pattanaik

Others

3  

Bijayananda Pattanaik

Others

କବିତାର ଋପ: ୨

କବିତାର ଋପ: ୨

1 min
690



କବିତା ଫୁଟଇ ତାରାଫୁଲ ମେଳେ

ନିବିଡ଼ ଅନ୍ଧାର ଆକାଶେ,

ଜହ୍ନ'ର ଜୋଛନା ଶୀତଳତା ଆଣେ

ମନର କ୍ଳାନ୍ତି ବା ଅବଶେ।


ପଳାଶ ଫୁଲର ପରସ୍ତ ପରସ୍ତ

ରକ୍ତବିଭା ଫୁଟେ ଫଗୁଣେ,

କବିତା ରଙ୍ଗାଏ ରଙ୍ଗ ଅବୀରରେ

ମଧୁରତା ଭରେ ଜୀବନେ।


ନାରୀର ହସରେ ଚହଟ ଚମ୍ପାରେ

ଝରି ଝରି ଆସେ କବିତା,

କେବେ ପୁଣି ସେ'ତ ମୁଗ୍ଧା ମନସ୍ବିନୀ

ନିଦାଘେ ନିର୍ଝର ବନିତା।


ପାହାଡ଼ କୋଳରୁ କଳ କଳ ନାଦେ

ସ୍ବସ୍ଥ ଜଳରାଶି ସମ,

ପ୍ଳାବନେ ହୃଦୟ ତୃପ୍ତି ଭରିଦିଏ

ତୃଷାର୍ତ୍ତ ଆତୁରେ ଗ୍ରୀଷମ।


ନିରାଶା ଋପକ ଅମା ଅନ୍ଧକାରେ

ଆଶାର ଆଲୋକ ବର୍ତ୍ତୀକା,

ଦୁଃଖଦ ଜୀବନେ ଉତ୍ତରଣ ଆଣେ

ଦେଖାଏ ଅନିନ୍ଦ୍ୟ ବିଥିକା।


ନଗ୍ନତା ଅଶାଳୀନ ର କୁତ୍ସିତ ଚିତ୍ର

ନଥାଏ କବିତା ମଧ୍ୟରେ,

ଭୂମି ଓ ଭୂମା ର ବନ୍ଦନା ଗାଏ

ପିତୃ ମାତୃ ଆରାଧନା ରେ,


ଦାମ୍ପତ୍ୟ କ୍ରୀଡ଼ାରେ କ୍ରୌଞ୍ଚ ଯୁଗଳ

ମଗ୍ନ ତମସା ତୀରେ,

ନିଷାଦ ଶରରେ ପ୍ରଣୟିନୀ ପ୍ରାଣ

ହାରିଲା କ୍ରୌଞ୍ଚ ର କୋଳେ।


ଋଷି ବାଲ୍ମୀକି ଦେଖି ଖେଦମନେ

ବ୍ୟାଧକୁ କଲେ ଶାପିତା,

କଣ୍ଠରୁ ନିଃଶୃତ ଅଭିଶାପ ହେଲା

ସୃଷ୍ଟି ର ଆଦ୍ୟ କବିତା।


( ମା ନିଷାଦ ପ୍ରତିଷ୍ଠାମ୍ ତ୍ବମଗମଃ ଶାସ୍ଵତୀ ସମାଃ,

ଯତ୍ କ୍ରୌଞ୍ଚ ମିଥୁନାଦେକମ୍ ବଧି କାମ ମୋହିତଃ।)


।।।।।। ବିଜୟ, ଖୋର୍ଦ୍ଧା।।।।।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍