STORYMIRROR

Bijayananda Pattanaik

Others

3  

Bijayananda Pattanaik

Others

ସ୍ରଷ୍ଟା ଓ ଅନୁଚିନ୍ତା

ସ୍ରଷ୍ଟା ଓ ଅନୁଚିନ୍ତା

1 min
743


କିଏ ସେହି ସ୍ରଷ୍ଟା ରଚିଲା ସଂସାର
ମାଂସର ପିଣ୍ଡୁଳା ଟିଏ,
ପ୍ରାଣରେ ଭରିଛି ଅପୂର୍ବ ସ୍ପନ୍ଦନ
ଚେତନା ଶକ୍ତିକୁ ଛୁଏଁ।
ପ୍ରକୃତିରେ ଭରି କେତେ ସୁନ୍ଦରତା
ପୁଷ୍ପରେ ଭରିଛି ମହକ,
ଜଳଧାରା ଢାଳେ ନୀଳ ଗଗନରୁ
ଷଡ଼ଋତୁ ଦିଏ ବର୍ଷକ।
ସେ'ଯେ ପରଂବ୍ରହ୍ମ ପରମ ଈଶ୍ଵର
ବୋଲାନ୍ତି ପରମ ପିତା,
ବ୍ୟକ୍ତ ଓ ଅବ୍ୟକ୍ତେ ସୁକ୍ଷ୍ମ ଓ ସାକାରେ
ବିଦ୍ୟମାନ ତାଙ୍କ ସତ୍ତା।
ପରିଦୃଶ୍ୟମାନ ଜଗତ ତାଙ୍କର
ସାକାର ସ୍ଵଋପ ପ୍ରମାଣ,
ତାହାରି ମଧ୍ୟରେ ଯେଉଁ ସୁକ୍ଷ୍ମ ଶକ୍ତି
ନିରାକାର ପ୍ରଭୁ ଜାଣ।
ବାସୁଦେବ ମୟ ଜଗତ ସର୍ବତ୍ର
ଯେଉଁ ବିଜ୍ଞଜନେ ଜ୍ଞାତ,
ଜୀବେଦୟା, ଦୁଃଖୀଜନ ସେବାକାରୀ
ହୋଇଥାଏ ସେ ନିଶ୍ଚିତ।
ପିତୃ ମାତୃ ଭକ୍ତି, ପ୍ରକୃତି ସେବା ଯେ
ଅଟେ ଈଶ୍ଵର ପୂଜନ,
ସେବାଭକ୍ତି ବଳେ ଅପ୍ରାପ୍ୟ ପ୍ରାପତ
କରନି କେଭେଁ କାର୍ପଣ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍