STORYMIRROR

Bijayananda Pattanaik

Others

2  

Bijayananda Pattanaik

Others

ଶାସ୍ତ୍ର ସାର: ୧

ଶାସ୍ତ୍ର ସାର: ୧

1 min
608


ପ୍ରାପ୍ତି ଯା ହୁଅଇ କଷ୍ଟ ଉପାର୍ଜିତେ
ଚିରସ୍ଥାୟୀ ହୋଇ ରହେ,
ବିନା ପରିଶ୍ରମେ ଲବ୍ଧ ବସ୍ତୁ ଯେତେ
କ୍ଷଣିକ ଆନନ୍ଦ ଦିଏ।
ବୃଥା ଯାଏନାହିଁ କଠୋର ସାଧନା
ନିଶ୍ଚେ ହୁଏ ଫଳପ୍ରସୂ,
ମିଥ୍ୟା ଆକାଙ୍କ୍ଷା ତୁଛା ଅହଙ୍କାର
ଭାଙ୍ଗିଦିଏ ସବୁ ଜ୍ଞାନ ଅଂଶୁ।
କଷ୍ଟ ଅଛି ବୋଲି ଜୀବନ ଭିତରେ
ଆନନ୍ଦ ମହତ୍ତ୍ଵ ବଢ଼ିଯାଏ,
ମୃତ୍ୟୁ ହିଁ ବାସ୍ତବ ସତ୍ୟ ଜାଣିଗଲେ
ବଞ୍ଚିବାର କଳା ଶିଖିଯାଏ।
ଅଶୃ ନଥିଲେ ଚକ୍ଷୁର ସୌନ୍ଦର୍ଯ୍ୟ
ବଢ଼ି'କି ପାରନ୍ତା କୁହ?
ଶାସ୍ତ୍ରର ବଖାଣ ନିର୍ବାଣ ନଥିଲେ
ଜୀବନେ ବଢ଼ଇ ମୋହ।
ସଂସାର କେବଳ କହିବାଟା ଯାଣେ
ଦିଏ ନାହିଁ କିଛି କା'ରେ,
ନିର୍ଭୟରେ ସତ୍ୟକର୍ମ କରିଯିବା
ଏ ଜନ୍ମ ମିଳି ନ ପାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍