STORYMIRROR

ଵଳରାମ ତରାଈ

3  

ଵଳରାମ ତରାଈ

କବିତା

କବିତା

1 min
345


ଜୀବନର କବିତା

ଜୀବନର ପ୍ରାଣ ପ୍ରିୟା ମୋ

କରୁଛି ଏତିକି ଅଳି

ମୁଁ ମରିଗଲା ପରେ ଥରେଟି

କାନ୍ଦିଦେବ ଖାଲି

୯ ଆଉ ୧୦ କର୍ମ କରି

ଭୋଜି ଭାତ କରି

୧୧ ସୁଧି ଦିନ ଯିବ ମିତେ ଭୁଲି

ତୁମ ମଧୁ ଆସେ ମୋ ସମାଧି ପାଶେ

ଦୀପଟିଏ ଦେବ ଜାଳି

ସେଠି ମୋ ରହିବେ ପ୍ରିୟା

କେବେ ନକରିବେ ଅଳି

ବନ୍ଧୁ ବେଶ ସାଜି ଯିବ ଶାଶୁଘର

ସବାରୀ ବାଲା କୁ କହି

ଦେଖିବେ ମୁଁ ସେଦିନ

ତୁମ ମଧୁ ବେଶ

ଏତିକି ମୋ ଅଳି

ଦୟା କରି ତୁମ ସବାରୀକୁ ନେବ

ମୋ ସମାଧି ବାଟ ଦେଇ

ମୁଁ ଚାହିଁ ଥିବି ପ୍ରିୟା

ଆକୁଳ ବିକଳ ହୋଇ

ଦେଖିବି ତୁମର ନବବଧୂ ବେଶ

ସମାଧି ଭିତରେ ଥାଇ

ପ୍ରେମର ଏହି ଶେଷ ଆନନ୍ଦଟି

ଆଖି ଲୁହେ ଥିବ ରହି

ତୁମେ ଗଲାପରେ ଶାଶୂଘରକୁ

ସଞ୍ଜବେଳେ ଯିବ

ତୁମ ବାଡି ବଗିଚାକୁ

ମୋ ରୂପ ଦେଖିବ ଡରିବନି ପ୍ରିୟା

ତୁମ ପାଇଁ ମୁଁ ଯୁଗ ଯୁଗ ଥିବି ରହି

ଗୁଣିଆକୁ ଡାକି ମୋତେ ତଢି ଦେବନି

ମୁଁ କାହାର କିଛି କରିବିନି

ମୁଁ କଥା ଦେଉଛି ପ୍ରିୟା

ତୁମ ରାଣ ଖାଇ


ବଳରାମ ତରାଇ

9937014646


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍