STORYMIRROR

DILIP KUMAR SAHOO

Children Stories

3  

DILIP KUMAR SAHOO

Children Stories

କଅଁଳ କଳି

କଅଁଳ କଳି

1 min
216


        କଅଁଳ କଳି

      ମୁଁ କଅଁଳ କଳି

     ସପନକୁ ମୋର ଦିଅନି ଦଳି

    ଉଡିବାକୁ ଦିଅ ମୁକୁଳା ଆକାଶେ

    ସଜାଇ ମୋ ପାଇଁ ଫୁଲର ଦୋଳି

        କଅଁଳ କଳି .....।


    ଧୂଳିଖେଳ ମୋର ସରିନି ଏଯାଏ

       ବାଲିଘର ମୋର ସରିନି ତୋଳା

    ଚୁଲି ଚାଉଳର କଥା ଭାବୁ ଭାବୁ

      ମନ ରାଇଜମୋ ଦିଶଇ କଳା

    ହସ ଲୁଚିଯାଏ ବଉଦ ଉହାଡେ

    ଆଶା ଉଆଶରେ ଜହର ଢାଳି

       କଅଁଳ କଳି ..।


   ବଢ଼ିବା ବୟସ ଗଢିବା ବୟସ

     କଅଁଳ ଡେଣାକୁ ଦିଅନି କାଟି

   ଆଜିତ ମୋ ପାଇଁ ଭରସା ହୋଇଲେ

     ଫୁଲ ହୋଇ କାଲି ପାରିବି ଫୁଟି

    ମହକରେ ମୋର ମହକି ଉଠିବ

    ଦିଗ ଚଉଦିଗ ପୁଲକ ଢାଳି

       କଅଁଳ କଳି ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍