STORYMIRROR

Sunanda Mohanty

Others

3  

Sunanda Mohanty

Others

କୈବଲ୍ୟ

କୈବଲ୍ୟ

1 min
19


ଲିଭି ଲିଭି ଆସୁଥିଵା ପାନ୍ଥଶାଳାର ଶବ୍ଦ 

ରହି ରହି ଶୁଭୁଥିବା ପବିତ୍ର ଓଁ କାର ନାଦ 

ଝରି ଝରି ପଡୁଥିବା ଥୁଣ୍ଟା ଗଛର ପତ୍ର 

ଥିରି ଥିରି ବହୁଥିବା ପବନଟା ବିଚିତ୍ର 

ସରି ସରି ଆସୁଥିବ ପବିତ୍ର ଘୃତର ଦୀପ 

ମରି ମରି ଆସୁଥିଵା ପ୍ରକୃତିର ଅଭିଶାପ 

ଘିରି ଘିରି ବୁଲୁଥିବା ସମୟର ଗତି 

ଝୁରି ଝୁରି ଆସିଥାଏ ଆରମ୍ଭ ପରେ ଇତି 

କହି କହି ଥକିଯାଏ ଅପହଞ୍ଚ ଯେବେ 

ନାହିଁ ନାହିଁ କରେ ନାହିଁ ଚକା ଆଖି କେବେ 

ଥିରି ଥିରି ପାଦ ଥାପି ମୌସୁମୀ ଆସେ 

ଘୁରି ଘୁରି ପହଣ୍ଡିରେ ଜଗା ରଥେ ବସେ 

କିରି କିରି ହସୁଥାଏ ସେବାକାରୀ ଦଳ 

ଭୁରୁ ଭୁରୁ ବାସୁଥାଏ ଆଗରୁ ଚନ୍ଦନ ଶତଦଳ 

ଟହ ଟହ ସ୍ନିଗ୍ଧତା ରେ ପୁରି ଉଠେ ମନ

 ମହ ମହ ବାସୁଥାଏ କୈବଲ୍ୟ ରୂପୀ ଅର୍ଣ୍ଣ.


Rate this content
Log in