କୈବଲ୍ୟ
କୈବଲ୍ୟ
ଲିଭି ଲିଭି ଆସୁଥିଵା ପାନ୍ଥଶାଳାର ଶବ୍ଦ
ରହି ରହି ଶୁଭୁଥିବା ପବିତ୍ର ଓଁ କାର ନାଦ
ଝରି ଝରି ପଡୁଥିବା ଥୁଣ୍ଟା ଗଛର ପତ୍ର
ଥିରି ଥିରି ବହୁଥିବା ପବନଟା ବିଚିତ୍ର
ସରି ସରି ଆସୁଥିବ ପବିତ୍ର ଘୃତର ଦୀପ
ମରି ମରି ଆସୁଥିଵା ପ୍ରକୃତିର ଅଭିଶାପ
ଘିରି ଘିରି ବୁଲୁଥିବା ସମୟର ଗତି
ଝୁରି ଝୁରି ଆସିଥାଏ ଆରମ୍ଭ ପରେ ଇତି
କହି କହି ଥକିଯାଏ ଅପହଞ୍ଚ ଯେବେ
ନାହିଁ ନାହିଁ କରେ ନାହିଁ ଚକା ଆଖି କେବେ
ଥିରି ଥିରି ପାଦ ଥାପି ମୌସୁମୀ ଆସେ
ଘୁରି ଘୁରି ପହଣ୍ଡିରେ ଜଗା ରଥେ ବସେ
କିରି କିରି ହସୁଥାଏ ସେବାକାରୀ ଦଳ
ଭୁରୁ ଭୁରୁ ବାସୁଥାଏ ଆଗରୁ ଚନ୍ଦନ ଶତଦଳ
ଟହ ଟହ ସ୍ନିଗ୍ଧତା ରେ ପୁରି ଉଠେ ମନ
ମହ ମହ ବାସୁଥାଏ କୈବଲ୍ୟ ରୂପୀ ଅର୍ଣ୍ଣ.