STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

କାମନା

କାମନା

1 min
27.9K


କାମନା....


ଶୁଭ ସକାଳର ଶୁଭ ଶଙ୍ଖ ଧ୍ୱନୀ
ଦିଏ ଖେଳାଇ ମନେ କୋଟି ଆନନ୍ଦ,
ତୁମ ଚିନ୍ତନରେ କଟୁ ସାରାଦିନ
ହେ ରାଧା ମାଧବ, ହେ କୃଷ୍ଣ ଗୋବିନ୍ଦ। 


କଣ୍ଟକିତ ହେଉ ଚଲାପଥ ମୋର
ଜୀବନ ଟା ହେଉ କଷଟି ପଥର,
ସ୍ୱପ୍ନ ରାଜି ହଜୁ  ମରୁଭୁମି ପରେ
ସରି ସରି ଯାଉ ସମୟ ରଶ୍ମିର ଗାର।


କାଳ ବଇଶାଖି  ଦେଉ ଭାଙ୍ଗି
ମୋର ଯେତେ ସଂପର୍କର ନୀଡ,
ଦୁଃଖର ପାହାଡ ମଥା ପରେ ଛିଡୁ
ଦେଉ ହଲାଇ ମୋର ମେରୁ ହାଡ।


ପରଚୟ ମୋର ହେଉ ଧ୍ୱଂସ ଏହି ସମାଜରେ

ନମିଳୁ  ମୋତେ ଦାନା କନା,
ଦିନ ରାତି  ଯାଉ କଟି ବଡ ଦାଣ୍ଡେ
ଦୂରୁ ଦେଖି ତୁମ ନୀଳଚକ୍ରେ ବାନା।


ରୋମେ ରୋମେ ଯାଉ ଭରି ଅସରନ୍ତି ଯନ୍ତ୍ରଣା
ଶରୀର ମୋ ହେଉ ପୁତି ଗନ୍ଧମୟ ,
ସବୁ କିଛି ଭୁଲି ଏକା ଏକା ଚାଲି
ମୁଖ ମୋର ଗାଉ ସଦା
ହେ ଜଗନ୍ନାଥ ତୁମର ହେଉ ଜୟ।
 


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Pradesh Kumar Pradhan