STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

କାଳିଆ ଦେହକୁ ନାଲିଆ ଅଧର

କାଳିଆ ଦେହକୁ ନାଲିଆ ଅଧର

1 min
27.6K


ମହାସ୍ମୀତା


କାଳିଆ ଦେହକୁ ନାଲିଆ ଅଧର

ମନ ଭୁଲାଣିଆ ରୂପ

ସେ ରୂପରେ ସଖୀ ଅଛି ମାଦକତା

ଜାଣେ ସେ ପରା କୁହୁକ।


ବଙ୍କିମ ଅଧରେ ବଂଶୀ ଧରି ସେତ

ଗୋପୀ ହୃଦ ଚୋରି କଲା

ଷୋଳ ସହସ୍ର ଗୋପାଙ୍ଗନା ପାଇଁ

ଏକ ମାତ୍ର ନନ୍ଦବଳା।


ଯଶୋଦାର ଧନ ରାଧା ଚିତ୍ତଚୋର

ଗିରି ଗୋବର୍ଦ୍ଧନ ହରି

ନୀଳ କନ୍ଦରରେ ଜଗନ୍ନାଥ ରୂପ

ସଂସାରୁ କରୁଛି ପାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍