STORYMIRROR

Prakash Kumar Chand

Others

3  

Prakash Kumar Chand

Others

କାଇଁଚ ମାଳି

କାଇଁଚ ମାଳି

1 min
13.6K


କାଇଁଚ ମାଳି

ଆଖି ତୁମ ଆଖି ନୁହେଁ

ବନ୍ଧୁକର ଗୁଳି

ଓଠ ତୁମ ଓଠ ନୁହେଁ

ପଦୁଅଁର କଳି ।


ମନ ତୁମ ମନ ନୁହେଁ

ଅଛିଣ୍ଡା ଗଣିତ

ପ୍ରେମ ତୁମ ପ୍ରେମ ନୁହେଁ

ଅଵୁଝା ସାହିତ୍ୟ

ସ୍ୱପ୍ନ ତୁମ ସ୍ୱପ୍ନ ନୁହେଁ

ସତେ କି ବିଜୁଳି ।

ଆଖି ତୁମ ଆଖି ନୁହେଁ

ଵନ୍ଧୁକର ଗୁଳି ।।


ଚାଲି ତୁମ ଚାଲି ନୁହେଁ

ସତେ ରାଜହଂସି

କଥା ତୁମ କଥା ନୁହେଁ

ସାତ ସୁର ଵଂଶୀ

ହସ ତୁମ ହସ ନୁହେଁ

କାଇଁଚର ମାଳି

ଆଖି ତୁମ ଆଖି ନୁହେଁ

ଵନ୍ଧୁକର ଗୁଳି


ପ୍ରକାଶ କୁମାର ଚାନ୍ଦ

ଜୟପୁର ଶାସନ ପିପିଲି ପୁରୀ

୯୮୫୩୩୫୪୯୩୮.୭୦୦୮୯୨୫୯୫୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍