STORYMIRROR

Kabiratna Nutan Kumar Behera

Others

3  

Kabiratna Nutan Kumar Behera

Others

କାହିଁକି ଦୁଃଖ ଦିଅ ହେ ପ୍ରଭୁ

କାହିଁକି ଦୁଃଖ ଦିଅ ହେ ପ୍ରଭୁ

1 min
175

ନିରାକାରରୁ ହୋଇ ଆକାର

     ହେ ପ୍ରଭୁ ସତ୍ୟ ଶିବ ସୁନ୍ଦର

ରଚନା କରି ସାରା ସଂସାର

      ରଖିଛ ମଧୁମୟ ଅକ୍ଷର

ନ ଦେଖି ନିଜ ଦୋଷତ୍ରୁଟିକୁ

      ଅଭିମାନେ ନିନ୍ଦି ଭାଗ୍ୟକୁ

ନିରୁପାୟେ ମୁଁ କହେ ତୁମକୁ

    କାହିଁକି ଦୁଃଖ ଦିଅ ହେ ପ୍ରଭୁ... ?୦।

ବ୍ରହ୍ମମୟ କରି ସାରା ଏ ଜଗତ

     ସୁରକ୍ଷାରେ ତାର ଅଛ ଅବିରତ

ସୂକ୍ଷ୍ମ ରୂପରେ ରହି ସଦା ଜାଗ୍ରତ

    ସତ୍ୟପଥେ କର ସଭିଁଙ୍କୁ ପ୍ରେରିତ।୧।

ନିଆକାରରୁ ହୋଇ ଆକାର ......

ଦୁଃଖ ସୁଖ ଯାହା ପାଏ ମୁହିଁ ଫଳ

     ସେ ସବୁର କରମ ଅଟଇ ମୂଳ

ତୁମେ ମଙ୍ଗଳମୟ କର ମଙ୍ଗଳ

    ତୁମକୁ ନବୁଝି ହୁଏ ମୁଁ ବ୍ୟାକୁଳ।୨।

ନିରାକାରରୁ ହୋଇ ଆକାର ......

ଅବୋଧ ଏ ମନ କରଇ ବିଚାର

    ପାର୍ଥିବ ବିଭବେ ସୁଖ ଭରପୁର

ମୋହରେ ମୋହିତ ହୋଇ ବାରବାର

     ଅନ୍ତରରୁ ତୁମକୁ କରେ ଅନ୍ତର।୩।

ନିରାକାରରୁ ହୋଇ ଆକାର ......

ଦାରୁ ବ୍ରହ୍ମ ରୂପେ ଅଛ ନୀଳାଚଳେ

  କାନ ଡେରି ଶୁଣ ଡାକିଲେ ବିକଳେ

ହୋଇ ବଳିଆର ଭୁଜ ମହୀତଳେ

  ସଂସାର ଉଦ୍ଧରି ଧର କାଳେ କାଳେ।୪।

ନିଆକାରରୁ ହୋଇ ଆକାର ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍