Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Others

4  

DILIP KUMAR SAHOO

Others

କାଗଜଡଙ୍ଗା

କାଗଜଡଙ୍ଗା

1 min
362



 ବର୍ଷା ହେଲେ ମନେ ପଡେ

ପିଲାଦିନ କଥା

 କାଗଜଡଙ୍ଗାର ମଜା

 ଚିରି ବହି ଖାତା ।


 ଗାଁ ଦାଣ୍ଡେ ପାଣି ଚାଲେ

 ଖୋଲେ ପୁଣି ଝର

 ପାଣିରେ ତ ଖେଳୁ ଖେଳୁ

 ଆସେ କେବେ ଜ୍ବର ।


 ଜ୍ବର ହେଲେ ଭାରି ଖୁସି

 ପାଠପଢ଼ା ମନା

 ଆଈ କହେ ଶୋଇପଡ

 ସ୍କୁଲ କୁ ଯାଆନା ।


 ପିଲାଙ୍କୁ ଲାଗଇ ଗପ

 ଶୁଣି ଏଇ କଥା

 କାଗଜଡଙ୍ଗା କାହାଣୀ

 ଚିରା ବହି ଖାତା ।


 ବର୍ଷା ହେଲେ ଏବେବିତ

 ଛୁଟେ ପାଣି ଶୂଅ

 ପକ୍କା ସବୁ ଗାଁ ଦାଣ୍ଡ 

 ନାହିଁ ତ କାଦୁଅ ।


 ସେଥିପାଇଁ ଗାଁ ଦାଣ୍ଡେ

 ଝର ଫିଟୁନାହିଁ

 ପାଣି ପଚପଚ ଆଉ

 ମଜା ଲାଗୁନାହିଁ ।


 ପିଲାଙ୍କ ହାତରେ ଦାମୀ

 ମୋବାଇଲ ଫୋନ୍

 ମୋବାଇଲରେ ଖେଳୁଖେଳୁ

ସରିଯାଏ ଦିନ ।


କାଗଜରେ ଡଙ୍ଗା କିଆଁ

ସେମାନେ କରିବେ

ପାଣି କାଦୁଅରେ ପୁଣି

କାହିଁକି ଭିଜିବେ !


ଖେଳିବା ତ ପଛ ଏବେ

 ପାଠପଢା ଆଗ 

 ନୁହେଁ କେବେ ସ୍କୁଲ ବନ୍ଦ

 ହେଉ ଯାହା ପାଗ ।


 ସ୍କୁଲରୁ ଫେରିଲେ ପୁଣି

 ବସ ବହି ଧରି

 କାଲି ପାଇଁ ପାଠ ସବୁ

 ଆଜି ଦିଅ ସାରି ।


ବାହାରେ ବର୍ଷା କି ଅବା

  ବହୁଛି ପବନ

 ପିଲାଙ୍କର ସେଥିପ୍ରତି

 ନଥାଏ ତ ଧ୍ୟାନ ।


 ପାଠ ଆଉ ପରୀକ୍ଷାରେ

 ସରିଯାଏ ବେଳ

 ବେଳତ ବଳିଲେ ଚାଲେ

 ମୋବାଇଲ ଖେଳ ।


 ବର୍ଷାରେ ଭିଜିବା ମଜା 

 ଜାଣନ୍ତିନି ପିଲେ

 ଜାଣିଛନ୍ତି ଜ୍ବର ହେବ

 ବର୍ଷା ରେ ଭିଜିଲେ ।


 କାଗଜଡଙ୍ଗା ବା ସିଏ

 ଭଷାଇବେ କିଆଁ

 ପାଠ ଆଉ ମୋବାଇଲ 

 ତାଙ୍କରି ଦୁନିଆ ।


Rate this content
Log in