କାଦମ୍ବିନୀ
କାଦମ୍ବିନୀ

1 min

16
କାଦମ୍ବିନୀ, ସଖି ନିରୁତା ଓ ଜଡତା ଭିତରେ
ବି ଚମକେ ଆଭା
ଏଇ ଦେଖୁନ ଏଇ ଜୀବନ ଜୀବିକା ଭିତରେ
ନିଃଶ୍ୱାସ ମାରୁ ମାରୁ କେତେ ନିରୁତା
ଆଉ ନିଃଶ୍ୱାସ ବିଶ୍ୱାସ ଭିତରେ କେତେ ଜଡତା
ତଥାପି ପ୍ରଜାପତି ଉଡୁଛି, ନିର୍ଭୀକତା ଦେଖିବାର କଥା
ସୂର୍ଯ୍ୟ ଓ ଚନ୍ଦ୍ର ତ ସହଜେ ଜୀବନ୍ତ ସ୍ୱରୂପର ବାସ୍ତବତା
ଆମେ କେବଳ ପାଳିବା ସାବଧାନତା
ନହେଲେ ସତରେ ଥରକୁ ଥର ଏତେ ଆକତା ମାକତା
ଦେଖିଛନା ଇନ୍ଦ୍ରଧନୁର ସେ ଚମତ୍କାରିତା !