ଜ୍ଞାନୀ ପେଚା
ଜ୍ଞାନୀ ପେଚା
ବରଗଛ କ୍ରୋଟରରେ ଗୋଟିଏ ପେଚକ l
ବସାକରି ରହୁଥିଲ ଖାଇ ପୋକ ଯୋକ l
ବାୟସଙ୍କ ଭୟରେ ସେ ଲୁଚି ଥାଏ ଦିନେ l
ତୀକ୍ଷ୍ଣ ଦୃଷ୍ଟି ତା'ର ଅଟେ ଦିନ ଅବସାନେ l
କ୍ରୋଟରେ ବସି ସେ କିନ୍ତୁ ଦେଖୁଥାଏ ସବୁ l
କହେ ଅଳ୍ପ କିଛି ମାତ୍ରେ ତାହାର ସ୍ୱଭାବୁ l
ମିଛ, ଖଚ, ପାପ,ପୁଣ୍ୟ ସଂସାରର ବାଣୀ l
ସବୁ ଶୁଣି ଅଳ୍ପ କହେ ହୋଇ ଶୁଣେ ଧ୍ୟାନୀ l
ଜ୍ଞାନର ପ୍ରତୀକ ସେହି ପେଚା ମହା ଜ୍ଞାନୀ l
ତେଣୁ ବାହନ ବାଛିଲେ ସାଗର ଦୁଲଣୀ l
କହିଥାନ୍ତି ଲୋକେ ପେଚା ଡରକୁଳା ଭାରୀ l
କିନ୍ତୁ ସେ ଅଟେ ଜଗତେ ଜାଗ୍ରତ ପ୍ରହରୀ l
ବେଶି ଦେଖି କମ୍ କହି ବେଶୀ ସିଏ ଶୁଣେ l
ସେହିପରି କିଆଁ ଆମ୍ଭେ ହେବାନାହିଁ ଜଣେ l