STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଜନ୍ମାଷ୍ଟମୀର ଶୁଭ ଅବସରରେ ଏଇ ମୋର

ଜନ୍ମାଷ୍ଟମୀର ଶୁଭ ଅବସରରେ ଏଇ ମୋର

1 min
13.7K


ସୁରଜିତ୍ କୁମାର ପାତ୍ର

ଉତ୍କଳିକା ଭାଷା ନିଳୟ

ସାଇତିଙ୍ଗିଆ ଫିରିଙ୍ଗିଆ

କନ୍ଧମାଳ


ତମେ ଆସିବ ମୋ' ଖୋଜିଲା ଖୋଜିଲା

ଆଖିର ନିର୍ଜନ ପଣରେ

କାନ୍ଥରେ ଝଲସୁଥିବା ତମ ଛବି ଦେଖି ଦେଲେହିଁ

ତମ ଶଦ୍ଦ ଶୁଭିଯିବ ପାଖ ଜଙ୍ଗଲର

ଶିଆଳୀ ଦୋଳିରେ।

ସବୁଜ ପତ୍ରରେ ହସହସ ନୀଳାଭ ଚେହେରା

କ୍ରମଶଃ ଆକାଶ ଓହ୍ଲାଇ ଆସୁଥିବ

ମୋ' ହୃଦୟର ଶୂନ୍ୟସ୍ଥାନକୁ

ଯେଉଁଠି ଉଦୟ ହେଉଥିବ

ଜହ୍ନଭଳି ତମ ଉଜ୍ଜଳତା

ଯୁଗ ଯୁଗରୁ ଉଦାସୀନ ଲକ୍ଷ୍ଯ ଲକ୍ଷ୍ଯ ତାରା

ଭୟନଥିବ ଭାଦ୍ରବରେ ନଈଟିଏ ଖଣ୍ଡିଖାଏ ବୋଲି

ପାପରା ପତ୍ରରେ ସବୁଜ ସ୍ବପ୍ନ ମାନ

ଯାଏ ବୋଲି ଜଳି

ତମେ ଉତୁରି ଆସୁଥିବ

ସବୁ ଅବିଶ୍ବାସର ପ୍ରମାଣ ଦବାକୁ

ତମେ ପାଦ ଥାପିବା ମାତ୍ରେହିଁ

ପୃଥିବୀର ଚିତ୍ରପଟ୍ଟ ଯାଉଥିବ ବଦଳି।

ତମ ହୃଦୟରେ ଭୟର ବର୍ଣ୍ଣ ହିଁ ନଥାଏ

କାହିଁକି ? ତମେ କାମନା,ବାସନା

ନାଁ-ସ୍ପୃହାହିନ ଶୂନ୍ୟସ୍ଥାନଟିଏ

ଯେଉଁଠି ତମ ଚିହ୍ନ ଖୋଜୁ ଖୋଜୁ

ତମାମ୍ ଆୟୁଷ ବି

ଶେଷ ହେଇଯାଏ।


Rate this content
Log in