STORYMIRROR

Kamal Kumar Dash

Others

3  

Kamal Kumar Dash

Others

ଜୀବନ ଟା ପରା

ଜୀବନ ଟା ପରା

1 min
533



ଜୀବନ ଟା ପରା ମାୟା ମରୀଚିକା

ସପନର ଚୋରା ବାଲି

ଯେତେ ପାଇଲେବି ବାକି ରହି ଯାଏ

ଲାଗେ କିଛି ଖାଲି ଖାଲି (1)

ତୁମେ ଗଲା ପରେ ବଞ୍ଚିବା ଶିଖୁଛି

ଆଜି ତୁମ ଠାରୁ ଦୂରେ

ତୁମ ପ୍ରୀତି ସୃତି ଆଜି ବି ରହିଛି

ମୋ ଜୀବନ ନଈ ଧାରେ (2)

ତୁମ ନୀରବତା କହେ କେତେ କଥା

କିଛି ମୁଁ ପାରୁନି ବୁଝି

ଯଦିବା ରାଗିଛ କହିଦିଅ ଥରେ

ଆପଣାର ମତେ ଭାବି(3)

ତୁମରି ପାଇଁକି ଲେଖୁଛି କବିତା

ଭାବୁଛି ପଢିବ ଥରେ

ପଢି ଖୁସି ହେବ ଟିକେ ହସିଦେବ

ଭାବିବ ମୋ କଥା ଥରେ (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍