STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଜୀବନ ଜୀବିକା

ଜୀବନ ଜୀବିକା

1 min
194


କରୋନା ଡରରେ ଗାଁ ଠୁ ସହର

ଚାରିଆଡେ କଟକଣା

ବିପଦରେ ଏବେ ଜୀବନ ଜୀବିକା

ପେଟ ଚିନ୍ତା କରେ ବଣା ।

ମଲ୍ ବନ୍ଦ ଏବେ ହଲ୍ ବନ୍ଦ ଏବେ

ବାହା ମଣ୍ଡପରେ ତାଲା

ସେଠି ଯେଉଁମାନେ କାମ କରୁଥିଲେ

ଚାକିରୀ ତାଙ୍କର ଗଲା ।

ବିବାହ ବ୍ରତରେ କଟକଣା ଯୋଗୁ

ହେଉନି ରୋଷଣୀ ଆଉ

ବାଜାବାଲା ଠାରୁ ଟେଣ୍ଟ ବାଲାଙ୍କର

କପାଳକୁ ଗ୍ରାସେ ରାହୁ ।

କବି କଳାକାର ସଭିଏଁ ବେକାର

କଷ୍ଟରେ ଜଳୁଛି ଚୁଲି

ଅପେରା ମାଲିକ ବଳିଯାଏ ଦୁଃଖ

ମଞ୍ଚ ପଡିଅଛି ଖାଲି ।

ଗାଡି ମଟରତ ଚାଲୁନାହିଁ ଏବେ

ଚାଲୁନାହିଁ ଟ୍ରେନ୍ ବସ୍

ଚାଳକ ମାଲିକ କୁଲି ମଜୁଦୁର

ସଭିଙ୍କର ଉଡେ ହୋସ୍ ।

ଠେଲା ବେପାରୀଙ୍କ ବେଉସା ବୁଡିଲା

କପାଳେ ମାରନ୍ତି ହାତ

ଚାଟ୍ ଦହିବରା ଗୁପୁଚୁପୁ ବାଲା

ହେଉଛନ୍ତି ହନ୍ତସନ୍ତ ।

ଦେଉଳରେ ତାଲା ଦିଅଁ ପୂଜିବାକୁ

ଭକତ ମାନଙ୍କୁ ମନା

ଦକ୍ଷିଣା ମିଳୁନି ଖାଲିହାତେ ଏବେ

ବସିରହିଛନ୍ତି ନନା ।

ସେଲୁନ୍ ପାର୍ଲର ଜିମ୍ ମାଲିକଙ୍କ

ଆଖିରୁ ଶୁଖୁନି ଲୁହ

ନାହିଁ ରୋଜଗାର ଉଜୁଡେ ସ°ସାର

ଅଲୁରା ହେଉଛି ଖିଅ ।

ରାଇଜ ବାହାରେ କାମ କରୁଥିଲେ

ଯେଉଁମାନେ ସବୁ ଯାଇ

ଜୀବିକା ହରାଇ ଫେରି ଆସିଛନ୍ତି

ଗାଁ ରେ ବା କାମ କାହିଁ ! 

କରୋନା କୋପରେ ଆତଙ୍କିତ ଧରା

ମରଣ ତରାଟେ ଆଖି

ଜୀବିକା ହରାଇ ଶହଶହ ଲୋକ

ବସିଛନ୍ତି ହାତ ଟେକି ।



Rate this content
Log in