Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

4  

Suresh chandra Padhy

Inspirational

ଝୁଲଣ ବେଦୀ

ଝୁଲଣ ବେଦୀ

1 min
226



ଝୁଲଣ ବେଦୀ ରେ କହ୍ନେଇ ଝୁଲୁଛି

     ଆସ ଝୁଲାଇ ଦେବା

       ଲୋ ତାକୁ ସଜାଇ ଦେବା ।


ଶ୍ରାବଣ ମାସ ରେ ପୀରତି କରିବା

     ଝରି ଯିବା ବରଷା ହୋଇ

କୁଞ୍ଜ କାନନ ରେ ଦୋଳି ବାନ୍ଧି ଦେବା

     ଝୁଲୁ ଥିବ ସାଥେ ରାଇ କୁ ନେଇ ।


ଶ୍ୟାମଳ ବଦନ ସୁଖୀ ଯାଉ ଅଛି

       ଯମୁନା ଜଳ କୁ ଦେବା

     ଲୋ ଆଲଟ ଚାମରେ ସେବା କରିବା ।


ବାଛି ବାଛି ବନୁ ଫୁଲ ଆଣି ଦେବା

         ମଲ୍ଲୀ ମାଳତୀ ଜୁଇ

ମନ ଜାଣି ତାର ରାନ୍ଧି ଖୁଆଇବା

          କ୍ଷୀର ସର ସାଥେ ଦହି ।


ଚାନ୍ଦିନି ରାତି ସରି ଯାଉ ଅଛି

       କଳା ଚାନ୍ଦ ଦେଖିବା

     ଲୋ ଛନ୍ଦା ଚରଣେ ପଡି ରହିବା ।।


Rate this content
Log in