ଜହ୍ନ
ଜହ୍ନ
1 min
305
ଖୋଜି ମୁଁ ପାଇଛି ଜହ୍ନର ଠିକଣା
ହେବି ନାହିଁ ବାଟବଣା
କେହି ମୋତେ ଆଉ ମାଗନା ଜୋଛନା
ଜହ୍ନରେ ଘର କରିବାକୁ ମତେ ମନା
ନିଜ ଜୋଛନାରେ ନିଜେ ଜଳି ଜାଳେ
କିଏ ସେ କରିବ କାହିଁକି ମନା
ତା ଜୋଛନାରୁ ଅଳପ ମାଗି
କରିଦେଲା ମତେ ମନା
ତଥାପି ଜହ୍ନକୁ ଭଲପାଏ ଏତେ
କାହିଁ ବା ତାର ତୁଳନା
ଜହ୍ନ ତା ପରି ଜଳି ଜାଳିବାକୁ କହେ
କିଏ ସେ କରୁଛି ଘେନା
ହେଲେ ମୁଁ ହେଲି ଆନମନା.