STORYMIRROR

DILIP KUMAR SAHOO

Others

4  

DILIP KUMAR SAHOO

Others

ଈଶ୍ବରଙ୍କୁ ଚିଠି

ଈଶ୍ବରଙ୍କୁ ଚିଠି

1 min
159

ତୋତେ ସହଜେ ପାରୁନି ବୁଝି

      ତୋର ମାୟାରେ ଯାଉଛି ହଜି

  ଗୀତା ଭାଗବତେ ଖୋଜୁ ଖୋଜୁ ତୋତେ

      ତୋର ଭାବରେ ଯାଉଛି ଭିଜି.....


      ସମୟ ଚାଲେ ତୋ ଇଶାରାରେ

      କାଳ ତୋ କଳାର ପଶରାରେ

       ଆଶା ଭରସାର ବିଶ୍ୱାସରେ

        ରହିଛୁ ସବୁରି ନିଃଶ୍ବାସରେ

      ଭଜନ ଗୀତକୁ ଫୁଲ ଚନ୍ଦନକୁ

        ତୋ ପାଇଁ କରିଛି ପୁଞ୍ଜିରେ

     ତୋତେ ସହଜେ ପାରୁନି ବୁଝିରେ .....


        ଅନୁଭବିର ତୁ ଅନୁଭବ

      ଭାବ ଭକତିରେ ତୋର ଭାବ

       ମହିମା ଭୂମିରୁ ଭୂମା ଯାଏ

       ଶରଧା ଦୟାରୁ କ୍ଷମା ଯାଏ

    ଆଲୁଅରେ ତୋତେ ଦେଖି ହୁଏ ନାହିଁ

       ଉଭା ହେଉ ଦେଲେ ଆଖି ବୁଜି

       ତୋତେ ସହଜେ ପାରୁନି ବୁଝି..


Rate this content
Log in