STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ହସେ ମୋ ସ°ସାର

ହସେ ମୋ ସ°ସାର

1 min
207


  ଘର ମୋର ବଇକୁଣ୍ଠ ସରଗୁ ସୁନ୍ଦର

  ସ୍ନେହ ମମତାରେ ଭରା ମୋ ପାଇଁ ମନ୍ଦିର

  ତୁମରି ଆଶିଷେ ପ୍ରଭୁ ହସେ ମୋ ସ°ସାର


  ସୁଖ ଅଛି ଦୁଃଖ ଅଛି ଆସେ ଦାଉ ଧକ୍କା

  ପାଖେପାଖେ ଅଛଵୋଲି ଲାଗେ ସବୁ ଏକା

  ଜୀବନ ଯାତନା ପ୍ରଭୁ ପାଶୋରି ପକାଏ

  ତୁମ ନାମ ତୁଣ୍ଡେ ଯେବେ ଥରେ ଗାଇଦିଏ

  ତୁମ ପାଇଁ ଜୀବନ ମୋ ସରସ ସୁନ୍ଦର

  ତୁମରି ଆଶିଷେ ପ୍ରଭୁ ହସେ ମୋ ସ°ସାର

  

   

 ଜୀବନର ଚଲାବାଟ ଖାଲଖମା ଭରା

 ପାଦେପାଦେ ତୁମେ ପ୍ରଭୁ ହୋଇଛ ସାହାରା        

କେତେବେଳେ ଛାଇ ପୁଣି

  କେତେବେଳେ ଖରା

  ତୁମ ପାଇଁ ସମୟ ମୋ

  ସୁଖର ପସରା

  ତୁମ ଲାଗି ସବୁଠି ମୁଁ ପାଇଛି ଆଦର

  ତୁମରି ଆଶିଷେ ପ୍ରଭୁ ହସେ ମୋ ସ°ସାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍