ହସେ ମୋ ସ°ସାର
ହସେ ମୋ ସ°ସାର
ଘର ମୋର ବଇକୁଣ୍ଠ ସରଗୁ ସୁନ୍ଦର
ସ୍ନେହ ମମତାରେ ଭରା ମୋ ପାଇଁ ମନ୍ଦିର
ତୁମରି ଆଶିଷେ ପ୍ରଭୁ ହସେ ମୋ ସ°ସାର
ସୁଖ ଅଛି ଦୁଃଖ ଅଛି ଆସେ ଦାଉ ଧକ୍କା
ପାଖେପାଖେ ଅଛଵୋଲି ଲାଗେ ସବୁ ଏକା
ଜୀବନ ଯାତନା ପ୍ରଭୁ ପାଶୋରି ପକାଏ
ତୁମ ନାମ ତୁଣ୍ଡେ ଯେବେ ଥରେ ଗାଇଦିଏ
ତୁମ ପାଇଁ ଜୀବନ ମୋ ସରସ ସୁନ୍ଦର
ତୁମରି ଆଶିଷେ ପ୍ରଭୁ ହସେ ମୋ ସ°ସାର
ଜୀବନର ଚଲାବାଟ ଖାଲଖମା ଭରା
ପାଦେପାଦେ ତୁମେ ପ୍ରଭୁ ହୋଇଛ ସାହାରା
କେତେବେଳେ ଛାଇ ପୁଣି
କେତେବେଳେ ଖରା
ତୁମ ପାଇଁ ସମୟ ମୋ
ସୁଖର ପସରା
ତୁମ ଲାଗି ସବୁଠି ମୁଁ ପାଇଛି ଆଦର
ତୁମରି ଆଶିଷେ ପ୍ରଭୁ ହସେ ମୋ ସ°ସାର
