STORYMIRROR

Abhiram Sahoo

Others

2  

Abhiram Sahoo

Others

ହୃୃୃୃଦୟ

ହୃୃୃୃଦୟ

1 min
262


ତୁମେ ଯଦି କୁହ ହୃଦୟ ଦେଇ ମୁଁ

ହୃଦୟ ପାଇଲିନାହିଁ

ମୁଁ କହିବି ତୁମ ହୃଦୟ ଦେବାଟା

ଛଳନାର ମଲା ନଈ

ସେ ନଈ କି କେବେ ପ୍ରୀତିରେ ଉଛୁଳି

ଲଂଘିଛି ଦୁଇ କୂଳ

ନାଉରୀ ଗୀତରେ ବାଟବଣା ହୋଇ

ହଜେଇଛି ନିଜ ସୁର

ଯେଉଁ ନଈ କେବେ ହୃଦୟ ହଜେଇ

ହୃଦୟଟେ ଖୋଜିନାହିଁ

ସେ କାହୁଁ ଛୁଇଁବ ପ୍ରେମ‐ପାରାବାର

ଶୁଖିଲା ଧାରଟେ ହୋଇ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍