STORYMIRROR

Kabiratna Nutan Kumar Behera

Others

3  

Kabiratna Nutan Kumar Behera

Others

ହରି ନାମ ରାମ ନାମ

ହରି ନାମ ରାମ ନାମ

1 min
170

ହରି ନାମ ରାମ ନାମ

     ପରି ନାହିଁ ଶୁଦ୍ଧ ନାମ 

ଉଚ୍ଚାରିଲେ ହୁଏ ଧର୍ମ

    ଆସେ ଭକତିର ପ୍ରେମ।


ହରି ନାମେ ଜୀବ ଆତ୍ମା

     ଭଜେ ତାଙ୍କର ମହିମା 

ତୃପ୍ତିର ରହେନା ସୀମା

    କୃପା କଲେ ପରମାତ୍ମା।


ରାମ ନାମେ ଜୀବ ତରେ

    ରହେ ସେ ବୈକୁଣ୍ଠ ପୁରେ 

କାମନା ବିନାଶ କରେ

    ପାପ ତାପ ଯାଏ ଦୂରେ।


ରତ୍ନାକର ମହାପାପୀ

     ରାମ ନାମ ଜପି ଜପି 

ହୋଇଲେ ବାଲ୍ମୀକି ତପି

    ରାମାୟଣକୁ ସେ କଳ୍ପି।


ରାମ ନାମେ ହନୁମାନ

     ଅସାଧ୍ୟ କଲେ ସାଧନ 

କଠଉ କରି ପୂଜନ

     ଭରତ ପ୍ରିୟ ଭାଜନ।


ଭ୍ରାତା ଲକ୍ଷ୍ମଣ ଶତ୍ରୁଘ୍ନ

    ଘୁଞ୍ଚାଇଲେ ଯେତେ ବିଘ୍ନ 

ରାମ ନାମେ ପରିତ୍ରାଣ

    ଲଭିଲେ ଯେ ବିଭୀଷଣ।


ହରି ନାମ ରାମ ନାମ

     ପଙ୍ଗୁକୁ କରେ ସକ୍ଷମ 

ଅରଜି ଯଶ ସୁନାମ

    ପୁଣ୍ୟ କରେ ଧରାଧାମ।


ହରି ଯିଏ ରାମ ସିଏ

     ମୁକ୍ତିର ଯେ ମନ୍ତ୍ରଟିଏ 

ଭରସା ଯା'ର ଥାଏ

    ବିଶ୍ଵାସରେ ତରି ଯାଏ।


ହରି ରାମ ନାମ ସତ୍ୟ

    କଣ୍ଠେ ରହିଥାଉ ନିତ୍ୟ 

ପବିତ୍ର ପୁଣ୍ୟ ଯା' ତତ୍ତ୍ଵ

    ଜପିଲେ ମିଳେ କୃତ୍ତିତ୍ଵ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍