STORYMIRROR

Kamal Kumar Dash

Others

3  

Kamal Kumar Dash

Others

ହୋଲି

ହୋଲି

1 min
776



ରଙ୍ଗ ନେଇ ଥରେ ତୁମେ ନ ଆସିଲେ

ଫଗୁଣ ଫଗୁଣ ଲାଗେନା

ପିଚକାରୀ ଧରି ତୁମେ ନ ଆସିଲେ

ହୋଲି ମତେ ଭଲ ଲାଗେନା (1)

ଭାବୁଛି ଏଥର ସତରେ ଫେରିବ

ଅବିର ସାଥିରେ ନେଇ

ଗଲା କଥା ସବୁ ପଛରେ ପକାଇ

ହୋଲି ଖେଳିବାର ପାଇଁ (2)

ଗଲା ରାଗ ରୋଷ ମାନ ଅଭିମାନ

ପ୍ରୀତିର ରଙ୍ଗରେ ଧୋଇ

ଭାବୁଛି ଫେରିବ ରଙ୍ଗ ବି ଖେଳିବ

ଯିବ ରସଗୋଲା ଖାଇ (3)

ରାଧା ଓ ମାଧବ ରଙ୍ଗ ଖେଳି ଖେଳି

ଭୋଗ ଖାଇ ଯିବେ ଫେରି

ତୁମେ ନ ଆସିଲେ ଆଜି ଏ ହୋଲିରେ

ବସିବି ମୁଁ ମନ ମାରି (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍