ହଁ ତୁ ଗଲାପରେ
ହଁ ତୁ ଗଲାପରେ
1 min
3.0K
......ପ୍ରଭୁଦତ୍ତ ପ୍ରଧାନ....
ହଁ ତୁ ଗଲାପରେ.....,
ମୁଁ ନିଦ ହରେଇଲି;
ରାତିକୁ ନିଜର କଲି ଏକ...,
ଚରିତ୍ର ହୀନ ନାରୀ ଟିଏ ଭଳି l
ଏ ନିର୍ଦୟ ରାତିରେ....,
ପାଇଥିବା କଷ୍ଟ ମନ ରଖିବା ପାଇଁ,
ଜଳନ୍ତା ସିଗାରେଟ କୁ କେବେ ଜଙ୍ଘ ରେ ଲିଭେଇଛି ତ.....,
କେବେ ପୁଣି ଲିଭେଇଛି ହାତ ପାପୁଲି ରେ l
ହଁ ତୁ ଗଲାପରେ..,
ମୁଁ ନିଦ ହରେଇଛି..., .
ଦେଇଛି ତୋ ନାଁ ରେ ଅନେକ ଚିହ୍ନ,
ସେ ଚିହ୍ନକୁ ଆଉ କଣ....,
ଲିଭେଇ ପରିବୁ ତୁ?
