Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ହେବୁକି ମୋର ବନ୍ଧୁଟିଏ

ହେବୁକି ମୋର ବନ୍ଧୁଟିଏ

1 min
273


ନୀଳ ଗଗନରେ ଡେଣା ଝାଡି ଝାଡି

ଉଡି ବୁଲୁଥାଉ ନିତି

ନା'କେବେ ଡରୁ ଖରା ବରଷାକୁ

ନା'ପାଇବାକୁ ଚାହୁଁ ଖ୍ୟାତି ।

ତତେ ଦେଖିଦେଲେ ପେଟ ପୁରି ଯାଏ

ଚିନ୍ତା ମୁକ୍ତ ହୁଏ ମନ

ଇଛା ମୋର ହୁଏ ତୋ'ପରି ହୋଇ

ଖୋଲା ଆକାଶରେ ବୁଲନ୍ତି ମୁଁ ରାତି ଦିନ ।

କୋଉ ଦେବତାର ବର ପାଇଛୁ ଲୋ

ସହି ତୁ'ପାରୁଛୁ ବରଷା ଶୀତ କାକର

ଖୁସି ମନରେ ତୁ' ଆକାଶରେ ବୁଲୁ

ବାଧେନି ଭୋଦୁଅ ଖରା ।

ମଣିଷ ର ଏଇ ସ୍ୱାର୍ଥ ଠୁ ଦୂରରେ

ତୋ'କାଠି କୁଟାର ବସା

ତୋ ସହ ତାଙ୍କୁ ତୁଳନା କରିଲେ

ହେବି ମୁହିଁ ଲୋକ ହସା ।

ଚୁଲୁବୁଲି ତୋର କୁନି କୁନି ଡେଣା

ଲାଗେ ସତେ ଅବା ପରି

କିଚିରି ମିଚିରି ଶବଦେ ତୋହର

ତାରା ଫୁଲ ପଡେ ଝରି ।

ଭାରି ଇଚ୍ଛା ହୁଏ ତୋ'ସହ ଥରେ

ବନ୍ଧୁତା ବଢାଇ ବାକୁ

ତୋ'କୁନି ଡେଣାକୁ ଆଉଁଁସୁ ଆଉଁସୁ

ହୃଦୟରେ ତୋର ଜାଗା ଟିକେ ପାଇବାକୁ ।

ରୁନ୍ଧି ମୁଁ ହେଲିଣି ଏ ମଣିଷ ମହଲେ

ଘୃଣା, ସନ୍ଦେହ ଅବିଶ୍ବାସ ରେ

ଥରୁଟିଏ ଆସି ବନ୍ଧୁ ତୁ'ହୋଇଯା

ଡେଣା ଝାଡି ଝାଡି ସାଥୀ ହୋଇ ଆମେ

ଉଡି ଉଡି ଯିବା ଯୋଜନ ଯୋଜନ ଦୂରେ ।



Rate this content
Log in