STORYMIRROR

Abhiram Sahoo

Others

3  

Abhiram Sahoo

Others

ହେବ ଆଜି ସିଏ ନିର୍ମୂଳ

ହେବ ଆଜି ସିଏ ନିର୍ମୂଳ

1 min
975



॥ ହେବ ସିଏ ଆଜି ନିର୍ମୂଳ ॥


କେତେଦିନ ଆଉ ଚାଲିଥିବ ଆମ

ଶାନ୍ତି କପୋତ ଉଡାଣ

ମିଶାଣ ଅଙ୍କ କଷି କଷି ଶେଷେ

ଫଳ ପାଉଥିବା ଫେଡାଣ

ରକ୍ତ ନିଗାଡି ଗୁଳିର ଜବାବ୍

ଦେବାକୁ ତ ହେବ ଗୁଳିରେ

ବନ୍ଧୁତା ଛବି ଆଙ୍କିବା କିଆଁ

ମିଛ ଏ ରଙ୍ଗ ତୂଳୀରେ ॥୧॥

କପୋତ ଡେଣାରୁ କେତେ ପର ଝଡି

କେତେ ଯେ ଉଠିଛି କଅଁଳି

କେତେ ଡେଣା କଟା ଯନ୍ତ୍ରଣା ସହି

ତଥାପି ଉଠିଛି ଗଜୁରି

ପ୍ରତିକୂଳ ଝଡ ଧୂସର ଧୂଆଁରେ

ଯେବେଠୁ ଲୋଟଣି କାଟୁଛି

ସେବେଠୁ ତ ସିଏ ପ୍ରତିପକ୍ଷର

ପ୍ରତାରଣା ଖାଲି ପାଇଛି ॥୨॥

କପୋତ ଆଜି ତ କାଳ ଛଞ୍ଚାଣ

ପଞ୍ଝା ତ ତା'ର ମୁନିଆ

ମୁହୂର୍ତ୍ତକରେ ଜାଳିଦେଇପାରେ

ଶତ୍ରୁର କଳା ଦୁନିଆ

ପ୍ରତିହିଂସାର ପ୍ରତିଶୋଧ ପାଇଁ

ଆଖିରେ ନିଆଁର ନିଶାଣ

ଡେଣାରେ ଖଞ୍ଜା ବଙ୍କରଧ୍ବଂସୀ

ଗୋଳାବାରୁଦର କମାଣ ॥୩॥

ମାନବିକତାର ସୀମା ସରହଦ

ମାନିବାର ସୀମା ଟପିଛି

ଶତ୍ରୁ ରକତେ ହୋରି ଖେଳିବାର

ନିଶା ଆଜି ତାକୁ ଘାରିଛି

ଯେତେ ଛକାପଞ୍ଝା ଧମକ୍ ବାଜିର

ଜବାବ୍ ଦେବ ସେ ଗୁଳିରେ

ଦେଖିବା କି ଦୋଷେ କେଉଁ ଜାତିସଂଘ

ବସାଇବ ତାକୁ ଶୂଳୀରେ ॥୪॥

ଆତଙ୍କବାଦର କଳା ଯିଏ ସାରା

ବିଶ୍ବ ମୁହଁରେ ବୋଳିଛି

ଯୁଦ୍ଧବିରତି ଆଳରେ ପଛୁଆ

ଆକ୍ରମଣରେ ମାତିଛି

ବନ୍ଧୁତା‐ହାତ ବଢାଇଲେ ଯିଏ

ଭାବେ ଭାରତୀୟ ଦୁର୍ବଳ

ପୃଥିବୀର ମାନ‐ ଚିତ୍ରପଟରୁ

ହେବ ଆଜି ସିଏ ନିର୍ମୂଳ ॥୫॥








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍