ହେ ଶିବଶଙ୍କର ହେ ବାଲୁଙ୍କେଶ୍ବର
ହେ ଶିବଶଙ୍କର ହେ ବାଲୁଙ୍କେଶ୍ବର
ହେ ଶିବଶଙ୍କର ହେ ବାଲୁଙ୍କେଶ୍ବର
ରକ୍ଷାକର ରକ୍ଷାକର
ବସିଛ ତୁମେ ହାଟବରାଡି ଗ୍ରାମେ
କେତେ ଲୀଳା ଖେଳା କର
ଚିଲିକା ପାଖରେ ହେ ବାଲୁଙ୍କେଶ୍ବର
ବିପଦରୁ ରକ୍ଷାକର
ସତେ ଯେମିତି ବସିଛ ବାଲି ଉପର
ମନ୍ଦିର ଛାଡ ନାହିଁ ବାହାରଘ ଯାଅ ନାହିଁ
ବରାଡିରେ ଗଲ ରହି କି ଭାଗ୍ୟ ହେଲା ଆମର
ବରାଡିକୁ ଦେଲ କହି ମୁଁ ଛାଡି ଯିବି ନାହିଁ
ଏତେ ଦୟାଳୁ ଦୟାବନ୍ତ ଠାକୁର
ରକ୍ଷାକର ଭକତ ତୋହରେ ରକ୍ଷାକର
ହେ ବାଲୁଙ୍କେଶ୍ବର ବଡଦେଉଳ
ତୁମର ବଡଦେଉଳ ତୁମର
ଦଣ୍ଡ ତୁମର ବଡବେତ ଧରି ଯାମୁଯାତ୍ରା କର
ବାର ଭକତଙ୍କୁ ଧରି ଯାମୁଯାତ୍ରା କର
ଏକବିଂଶ ମେଳା ଯାତ୍ରା ଆହା କେଡେ ସୁନ୍ଦର
ମାଘମାସେ ବିଶ୍ବଶାନ୍ତି ଯଜ୍ଞ ତୁମର
ବାଲି ଉପର ଯାତ୍ରା ସାତ ଦିନର ତୁମର
ହେ ବାଲୁଙ୍କେଶ୍ବର ରକ୍ଷାକର ରକ୍ଷାକର
ହେ ଯୋଗାଋଢ ହେ ଅବନା ପ୍ରଭୁ ବଭ
ରକ୍ଷାକର ରକ୍ଷାକର ଡାକେ ଦାସ ତୁମର
ବିଶ୍ବ ନିଅନ୍ତା ବିଶ୍ବରୂପଧାରୀ
ଦେଖିଲେ ଭୟ ଜାତ ହୁଏ,
ଲୀଳା ଅପରମାୟ ,
ଉପମା ଦେବା ବୁଦ୍ଧି ହୀନ ମୋର
ଦୀନ କିଞ୍ଚନ ଠାରେ ବିଶ୍ବ ନିଅନ୍ତା
ରକ୍ଷାକର ରକ୍ଷାକର
ଆଶୀର୍ବାଦ ଦିଅ ଏ ବଳରାମ କିଞ୍ଚନ ଠାରେ
ଲେଖିବାକୁ ଭକ୍ତିମାର୍ଗ ତୁମର
ପଦକୁ ପଦ ଦିଅ ଯୋଟାଇ ଡମ୍ବୁରୁଧର
ଜମ୍ବୁଦ୍ବୀପେ ପୂରି ନର ଭଜିବେ ନାମତୁମର
ରକ୍ଷାକର ରକ୍ଷାକର ପ୍ରଭୁ ବାଲୁଙ୍କେଶ୍ବର
ବଳରାମ କର ଯୋଡି ଡାକେ
ଆକୁଳେ ହେ ସୈକତଈଶ୍ବର ।
ବଳରାମ ତରାଇ
ଖୋର୍ଦ୍ଧା
