STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ହେ ଶିବଶଙ୍କର ହେ ବାଲୁଙ୍କେଶ୍ବର

ହେ ଶିବଶଙ୍କର ହେ ବାଲୁଙ୍କେଶ୍ବର

1 min
291


ହେ ଶିବଶଙ୍କର ହେ ବାଲୁଙ୍କେଶ୍ବର

ରକ୍ଷାକର ରକ୍ଷାକର

ବସିଛ ତୁମେ ହାଟବରାଡି ଗ୍ରାମେ

କେତେ ଲୀଳା ଖେଳା କର

ଚିଲିକା ପାଖରେ ହେ ବାଲୁଙ୍କେଶ୍ବର

ବିପଦରୁ ରକ୍ଷାକର

ସତେ ଯେମିତି ବସିଛ ବାଲି ଉପର

ମନ୍ଦିର ଛାଡ ନାହିଁ ବାହାରଘ ଯାଅ ନାହିଁ

ବରାଡିରେ ଗଲ ରହି କି ଭାଗ୍ୟ ହେଲା ଆମର

ବରାଡିକୁ ଦେଲ କହି ମୁଁ ଛାଡି ଯିବି ନାହିଁ

ଏତେ ଦୟାଳୁ ଦୟାବନ୍ତ ଠାକୁର

ରକ୍ଷାକର ଭକତ ତୋହରେ ରକ୍ଷାକର

ହେ ବାଲୁଙ୍କେଶ୍ବର ବଡଦେଉଳ

ତୁମର ବଡଦେଉଳ ତୁମର

ଦଣ୍ଡ ତୁମର ବଡବେତ ଧରି ଯାମୁଯାତ୍ରା କର

ବାର ଭକତଙ୍କୁ ଧରି ଯାମୁଯାତ୍ରା କର

ଏକବିଂଶ ମେଳା ଯାତ୍ରା ଆହା କେଡେ ସୁନ୍ଦର

ମାଘମାସେ ବିଶ୍ବଶାନ୍ତି ଯଜ୍ଞ ତୁମର

ବାଲି ଉପର ଯାତ୍ରା ସାତ ଦିନର ତୁମର

ହେ ବାଲୁଙ୍କେଶ୍ବର ରକ୍ଷାକର ରକ୍ଷାକର

ହେ ଯୋଗାଋଢ ହେ ଅବନା ପ୍ରଭୁ ବଭ

ରକ୍ଷାକର ରକ୍ଷାକର ଡାକେ ଦାସ ତୁମର

ବିଶ୍ବ ନିଅନ୍ତା ବିଶ୍ବରୂପଧାରୀ

ଦେଖିଲେ ଭୟ ଜାତ ହୁଏ,

ଲୀଳା ଅପରମାୟ ,

ଉପମା ଦେବା ବୁଦ୍ଧି ହୀନ ମୋର

ଦୀନ କିଞ୍ଚନ ଠାରେ ବିଶ୍ବ ନିଅନ୍ତା

ରକ୍ଷାକର ରକ୍ଷାକର

ଆଶୀର୍ବାଦ ଦିଅ ଏ ବଳରାମ କିଞ୍ଚନ ଠାରେ

ଲେଖିବାକୁ ଭକ୍ତିମାର୍ଗ ତୁମର

ପଦକୁ ପଦ ଦିଅ ଯୋଟାଇ ଡମ୍ବୁରୁଧର

ଜମ୍ବୁଦ୍ବୀପେ ପୂରି ନର ଭଜିବେ ନାମତୁମର

ରକ୍ଷାକର ରକ୍ଷାକର ପ୍ରଭୁ ବାଲୁଙ୍କେଶ୍ବର

ବଳରାମ କର ଯୋଡି ଡାକେ

ଆକୁଳେ ହେ ସୈକତଈଶ୍ବର ।

ବଳରାମ ତରାଇ

ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍