STORYMIRROR

Pradesh Kumar Pradhan

Others

4  

Pradesh Kumar Pradhan

Others

ହେ ଦୟାମୟ

ହେ ଦୟାମୟ

1 min
26.8K


ହେ ଦୟାମୟ........


ମାଗି ମାଗି ରାନ୍ଧିଛି ମୁଁ
ତୁମ ପାଇଁ ମୁଠିଏ ଚାଉଳ,
ଅଭଡା ଅନ୍ନ ସେ ମୋର ପାଇଁ
ଭୁଞ୍ଜେ କରି ଦୁଇ ଫାଳ।


ବାସି ତୋରାଣି ପିଏ ସକାଳୁ
ଭାବି ଅଭଡା ପାଣି,
ଭୁତ ଭବିଷ୍ୟ ତୁମେ ମୋହର
ତୁମେ ଜାଣ ମୋର ହୃଦ କାହାଣୀ।


ନାହିଁ ଅବଶୋଷ ମୋର ଏହି ଜୀବନେ
ଏ ପ୍ରାଣ ତୁମର ଯେ ଦାନ,
ପଥ ଧାର ବିଷୟକୁ ଭୁଲି
ତୁମ ପୟରେ ମୋର ମନ।


ଭାଗବତ ପଢି ନାହିଁ କେବେ
ଶୁଣି ନାହିଁ କେବେ ଗୀତ ଗୋବିନ୍ଦ
ଆଖି ବୁଜିଦେଲେ ଦିଶେ ରୂପରଙ୍ଗ ତୁମ
ତୁମେ ମୋର ରାଧା ଗୋବିନ୍ଦ।


କ୍ଷଣ କ୍ଷଣ ପ୍ରତିକ୍ଷଣ କରେ ଅପେକ୍ଷା
ମୋର ଏ ଶୂନ୍ୟ କୁଟିରେ,
ଆସିବ ଦିନେ ତୁମେ ସାଜି ଅତିଥି
ମିିଳିବ ଭୋଜନ ତୁମ ସାଥିରେ।


ଶୁନ୍ୟ ଶୁନ୍ୟ ମହାଶୁନ୍ୟ ତୁମେ
ଶୁଣ ଥରେ ମୋର ଗୁହାରୀ,
ଦିଅ ଭରି ପ୍ରେମ ସକଳ ହୃଦୟେ
ହେ ଦୟାମୟ କୃପାମୟ ହରି।
 


Rate this content
Log in