STORYMIRROR

DILIP KUMAR SAHOO

Others

4  

DILIP KUMAR SAHOO

Others

ଗୁପ୍ତ ବୃନ୍ଦାବନେ ପ୍ରାବୃତ୍ତ ରାସ

ଗୁପ୍ତ ବୃନ୍ଦାବନେ ପ୍ରାବୃତ୍ତ ରାସ

1 min
268


କାଳିଆ ସୁନା 

କାଳିଆ ସୁନାରେ କାଳିଆ ସୁନା

ଗୁଣ୍ଡିଚା ଘର ଗୁପ୍ତ ବୃନ୍ଦାବନରେ

ଗୁପ୍ତ ବୃନ୍ଦାବନରେ ତୁ ଆନମନା

କାଳିଆ ସୁନାରେ କାଳିଆ ସୁନା....


ଜନମ ବେଦୀ ବୁଲା ତୋର ବାହାନା

ପାଗଳ କରେ ତୋତେ ରାଧାର ନାଆଁ

ଆଡ଼ପ ମଣ୍ଡପରେ ଫୁଲ ଅଗଣା

ଉଛୁଳି ପଡେ ତୋର ପ୍ରେମ ଯମୁନା

କାଳିଆ ସୁନାରେ କାଳିଆ ସୁନା....


ଗୁପତେ ଲୁଚିଲୁଚି ରାସ ରଚନା

ଗୋପୀଙ୍କ ମେଳେ ରାଇ ପ୍ରୀତି ଝୁଲଣା

ଭାଇ ଭଉଣୀ ସାଥେ ଆସିଲୁ ସିନା

ଦେଉଳେ ଏକା ଲକ୍ଷ୍ମୀ ମନ ବୁଝେନା

କାଳିଆ ସୁନାରେ କାଳିଆ ସୁନା....


ହେରାପଞ୍ଚମୀରେ ମାଆ ଆସନ୍ତି ସିନା

କପଟ କରୁ ତୋର ଦେଖା ମିଳେନା

ପ୍ରାବୃତ୍ତ ରାସ ତୋର ପୂରା ହୁଏନା

ବାହୁଡି ଯାଉ ପୁଣି କରି ଛଳନା

କାଳିଆ ସୁନାରେ କାଳିଆ ସୁନା....


ଧନ୍ୟ କାଳିଆ ତୋତେ ବୁଝି ହୁଏନା

ରାଧା ନା ଲକ୍ଷ୍ମୀ କାହାର ତୁ କହନା

କିଏ ତୋର ସତ କା ପାଇଁ ଛଳନା

ତୋ ମାୟାର ନାହିଁରେ କଳନା

କାଳିଆ ସୁନାରେ କାଳିଆ ସୁନା....




Rate this content
Log in