STORYMIRROR

kamal kumar dash

Others

3  

kamal kumar dash

Others

ଗୁଡ଼ିଟିଏ ମୁଁ ଯେ

ଗୁଡ଼ିଟିଏ ମୁଁ ଯେ

1 min
214

    

ଗୁଡ଼ିଟିଏ ମୁଁ ଯେ    ଗୁଡ଼ିଟିଏ ମୁଁ ଯେ

   ଉଡେ ନୀଳ ଆକାଶରେ

ଖୋଲା ପଡିଆରେ ପବନ ସାଥିରେ

   ମାଟିରୁ ଅନେକ ଦୂରେ (1)

ଡେଣା ନାହିଁ ମୋର ଖାଏନି ଆହାର

    ତଥାପି ମୁଁ ଉଡି ପାରେ

ବନ୍ଧା ଥାଏ ମୋର ଜୀବନର ଡୋର

     ମୋ ସାଥୀର ନଟେଇ ରେ(2)

କେବେ ଆସେଫେରି କେବେବାଫେରେନି

     ହଜିଯାଏ ଆକାଶରେ

କେବେ ଝୁଲୁଥାଏ      ବିଜୁଳି ତାର ରେ

     ଅବା ଗଛର ଉପରେ (3)

ଛୋଟ ମୋର ଏଇ  ଜୀବନ ବାଟରେ

     ଖୁସି ବାଣ୍ଟି ଚାଲିଥାଏ

ଖୁସି ର ସଂପର୍କ   ଗଢି ଚାଲ ବନ୍ଧୁ

      ଏତିକି ଶିଖାଇ ଥାଏ (4)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍