ଗଜଲ
ଗଜଲ
1 min
90
ପଳାଶ ବଣରେ ଫଗୁଣ ର ଫୁଲ
ଅଯାଚିତ ଭାବେ ଆଜି
ମଳୟ ମଦିରା ମରମ ଦହିଲା
ସେହିକଥା ହୁଏ ହେଜି ।
ହଜାରେ କଦମ୍ବ ହଜାଇଲା ବାସ
ଗଜରାରେ ତାର ଭିଜି
ସପନ ସାଥିଟା ସତରେ ସରମୀ
ଝାସ ଦେବ କହେ ଭିଜି ମ
ଭିଜା ସକାଳର ଭିଜା ମଳୟରେ
ଭିଜି ପୁଣି ହୁଏ ଖୋଜି
ଶିଶିର ସ୍ନିଗ୍ଧ ସରସ ପସରା
କିଏ ମତେ ଦେବ ଆଜି ମ
ତଥାପି ତାଲାଗି ତଥାଗତ ତୁମେ
ତମେମୟ ତନୁ ହେଜି
କିଏସେ କାକଳୀ କୋକିଳ କଣ୍ଠରେ
କହେ ସୁମଧୁରେ ରାଜି ।