Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଏକାଠି ଜୀଇଁବା ଏକାଠି ମରିବା

ଏକାଠି ଜୀଇଁବା ଏକାଠି ମରିବା

1 min
139



ପ୍ରୀତିର ସଉଧେ ଗାଇ ପ୍ରେମ ଗୀତି

ନିତି ମଜ୍ଜି ହଜିଯିବା

ଏକାଠି ଜୀଇଁବା ଏକାଠି ମରିବା

ସପଥ ପୂରା କରିବା ।


ମନ ବିଭବରେ ସଜାଇ ରଖିବା

ଆମ ସୁଖଦୁଃଖ ଘର

ଯେତେ ଝଡ଼ଝଞ୍ଜା ଆସିଲେ ଜୀବନେ

ହେବାନି କେବେ କାତର ।


ସମୟର ଦାସ ପରା ଏ ମଣିଷ

ବୁଝିଥିବ ଦୁଇ ମନ

ଅନୁକୂଳେ ହେଉ ଅବା ପ୍ରତିକୂଳେ

ଗତି ସବୁଠି ସମାନ ।


ପ୍ରତିଟି କରମ ଉତ୍ତମ ବିଚାରେ

ସାଧୁଥିବା ମିଳିମିଶି

ବିଶ୍ବାସ ଭରସା ଦୃଢ଼ ପ୍ରାଚୀରରେ

ଆଶା ଖେଳୁଥିବ ହସି ।


ଊଣା କି ଅଧିକ କାହାର ବି ଭାଗ

ନଥିବ ଜୀବନ କ୍ଷେତେ

ସମ ଭାବେ ବାଣ୍ଟି ନେଉଥିବା ଆମେ

ନିଜ ନିଜ ପ୍ରାପ୍ୟ ଯେତେ ।


ଜନ୍ମ ସିନା ଭିନ୍ନ ଜୀଇଁବା ମରିବା

ଏକାଠି ହେବା କାମନା

ମନ ତଳେ ରଖି ନିତି କରୁଥିବା

ବିଭୁ ପଦେ ବନ୍ଦାପନା ।


ଛୁଇଁ ପାରିବନି କଳୁଷକାଳିମା

ହୃଦୟ ଥିବ ପାବନ

ସତପଥେ ରହି ସତ କର୍ମ କରି

ଅମୃତମୟ ଜୀବନ ।





Rate this content
Log in