STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଏଇ ଦେଖ ବର୍ଷା ଆସୁଛି

ଏଇ ଦେଖ ବର୍ଷା ଆସୁଛି

1 min
75

 

ଏଇ ଦେଖ ବର୍ଷା ଆସୁଛି

 କଳା ମେଘ ଆକାଶରେ

 ରୋଷଣୀ କରୁଛି

 ଯଦି ଲାଗି ରହିବ ବରଷା ଝଡି

 ଥଣ୍ଡା କାସ ଥଣ୍ଡା ଜ୍ବର

 ବସିବେ ମାଡି

 ଏବେ କାସ ହେଲେ ଡର ଲାଗୁଛି

କରୋନା ହେଲାକି ଅବା,

ମନ ଭୟରେ ଥରୁଛି 

ଏଇ ଦେଖ ବର୍ଷା ଆସୁଛି ।

ସମର ଚାଲିଛି ଅଶରୀରି ସାଥେ

ଲଢୁଛି ଦୁନିଆ ଲଢୁଛି ଦେଶ

ଆଗକୁ ଚାହିଁଲେ ଆଖି ପାଉନାହିଁ

କେଜାଣେ କେଉଁଠି ହେବତା ଶେଷ !

ମୌସୁମୀ ବାଆ ହସୁଛି

ଏଇ ଦେଖ ବର୍ଷା ଆସୁଛି ।

ଶୀତ ଅବା ବର୍ଷାଋତୁ

ମନ ଜଳେ ହୁତୁହୁତୁ

ଘରେଘରେ ଶର୍ଦ୍ଦି ଜ୍ବର

ସମାଜକୁ ଭାରିଡର

ବାଛନ୍ଦ ହେବାର ଭୟ

କାଳ ଅବା ହାତ ଠାରୁଛି

ଏଇ ଦେଖ ବର୍ଷା ଆସୁଛି ।



Rate this content
Log in