STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ଏଇ ଆମ ଜୀବନ

ଏଇ ଆମ ଜୀବନ

1 min
410


ଏ ତ ଜୀବନ

 ଏଠି କାହା ପାଇଁ ନାହିଁ ନୀତି ନିୟମ

ବଦଳି ଯାଏ ମାନଚିତ୍ର

କେବେ ଯାଏ ଜିତି ଯାଇ କିଏ ବାଜି ମାରେ

କେ ଧରେ ଆଇନର ହାତ

କେବେ କିଏ ଯାଏ ହାରି 

ତାହା ପାଇଁ କୋର୍ଟ କଚେରୀ ନିୟମ ବଦଳେ ଟଙ୍କା ପାଇଁ ସବୁ ନାଟ

ହେଲେ ଆନମନା

ଶତ୍ରୁ ଦିଏ ଛନ୍ଦି ଆଇନି ର ଲମ୍ବା ହାତ

ସଚ୍ଚା ହୁଏ ବନ୍ଦୀ

ଚୋର ଯାଏ ଖସି 

ଆଇନ କୁ କିଣି କରେଇ ସେ ନାଟ ହାଟ

ସ୍ୱାର୍ଥ ପାଇଁ କିଏ ଟଙ୍କା ପାଇଁ କିଏ

ଆଇନ କୁ ବିକି ଦେଇ

ବଳି ପଡନ୍ତି ଏଠି ନର

ମିଛ ପ୍ରଲୋଭନେ 

ମଧୁର ବଚନେ ଦେଇ 

ସାନ୍ତ୍ୱନା ଦିଅନ୍ତି ଭାରି

ଆଜି କାଲି କହି ନ୍ୟାୟ ମିଳେ ନାହିଁ

ଦଉଡି ଦଉଡି ହତାସ

ତୁଛ ଅଭିମାନେ

ହୋଇ ଅହଙ୍କାରୀ କରିଦେଲା ସର୍ବନାଶ

ପୋଲିସ ଠୁ ନେତା ମାନେ ଏଠି

ଆଇନ୍ ର ତାଙ୍କ ଲମ୍ବା ହାତ

ଯାହା ସେ କହିବେ ସେମିତି କରିବେ

ନଥିବ କିଛି ଆମ ପାଇଁ ବାଟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍