STORYMIRROR

DILIP KUMAR SAHOO

Children Stories Others

3  

DILIP KUMAR SAHOO

Children Stories Others

ଏଇ ଆକାଶେ

ଏଇ ଆକାଶେ

1 min
11.6K


  ନୀଳ ଆକାଶ ସୁନ୍ଦର ଦିଶେ

  ଏଇ ଆକାଶେ ବଉଦ ଭାଷେ

  ସକାଳ ହେଲେ ସୂରୁଯ ଉଁଏ

  ପୂନେଇ ରାତିରେ ଜହ୍ନ ହସେ

  ଏଇ ଆକାଶେ...


   ମିଟିମିଟି କରେ କୋଟିକୋଟି ତାରା

   ହୋଇଲେ ରାତି

   ଗୋଟିଗୋଟି କରି ଗଣୁଗଣୁ ତାଙ୍କୁ

   ପାହିବ ରାତି

   ତାରାଙ୍କ ଭିତରେ ଗ୍ରହ ରହିଛନ୍ତି

   ରହିଛନ୍ତି ପୁଣି ନକ୍ଷତ୍ର କେତେ

   ଫୁଲପରି ସବୁ ଫୁଟିସେ ରାତିରେ

   ମଉଳନ୍ତି ଯେବେ ସକାଳ ଆସେ

   ଏଇ ଆକାଶେ..


   ଯେଉଁ ତାରାର ଆଲୁଅ ସ୍ଥିର

   ଅଟଇ ସିଏ ଗ୍ରହ

   ସୂରୁଯ ଚାରି ପାଖରେ ସିଏ

   ଘୂରଇ ଅହରହ

   ନକ୍ଷତ୍ର ସବୁ ଦିଶନ୍ତି ଛୋଟ

   ଆକାର ତାଙ୍କ ଖୁବ୍ ବିରାଟ

   ସୂରୁଯ ପରି ଜଳନ୍ତି ଯେଣୁ

   ମିଞ୍ଜିମିଞ୍ଜି ତାଙ୍କ ଆଲୁଅ ଦିଶେ

   ଏଇ ଆକାଶେ..


   ଆଖି ଝଲସେଇ ଏଇ ଆକାଶୁ

   ଉଲ୍କା ଖସେ

   ଉଲ୍କା ଖସିଲେ ସଭିଏଁ କୁହନ୍ତି

   ଖସିଲା ତାରା

   ତାରା ଖସିଲେକି ରହିବ ଆମରି

   ସୁନ୍ଦର ଧରା

   ଧୂମକେତୁ ହେଲେ ପୃଥିବୀ ନିକଟ

   ଆମେ ତାକୁ କହୁ ଲଞ୍ଜା ତାରା

   ଲାଞ୍ଜ ଟି ତାର ଭାରି ସୁନ୍ଦର

   ଦେଖିଦେଲେ ତାକୁ ଆଖି ଝଲସେ

   ଏଇ ଆକାଶେ..

   


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍