STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଏ ମଣିଷ ଆଜି ଅମଣିଷତାର

ଏ ମଣିଷ ଆଜି ଅମଣିଷତାର

1 min
14K


ମହାସ୍ମୀତା।


ଏ ମଣିଷ ଆଜି ଅମଣିଷତାର

ପରିଚୟ ନିଜେ ଦିଏ

ନିଜସ୍ଵାର୍ଥ ପାଇଁ ଏ ମଣିଷ ବି

ତଳକୁତ ଖସିଯାଏ

କାହା ଲୁହ ମୂଲ ହିସାବ ରଖେନି

କାହାରି ଦେଖେନି ସୁଖ

ଆଜିକାଲି ଏଇ ମଣିଷ ପୁଣି ଯେ

କାଟେ ଆପଣାର ବେକ

ନିଜ ପାଇଁ ନିଜେ ସୁଖ ବାଛୁଥାଏ

ଆନ ପାଇଁ ବିଞ୍ଚେ କଣ୍ଟା

ଆପଣାର ପଣ ଭୁଲିଯାଏ ସବୁ

ସବୁଥିରେ ଭାଗବଣ୍ଟା

ବୁଝି ପାରୁନାହିଁ ଅମୂଲ୍ୟ ଜୀବନ

ଭଲ କାମ କରେ ନାହିଁ

ଦି ଦିନ ପାଇଁଁକି ଏଇତ ଜୀବନ

ଗଲାବେଳେ କିଛିନାହିଁ

କେହି ରହିନାହିଁ ରହିବେ ନାହିଁକି

ଭବରଙ୍ଗ ଭୂମିପରେ

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡିବେ କାଳବଳେ।



Rate this content
Log in