ଦୂରତା
ଦୂରତା
ଦୂରତାର ତାରତମ୍ୟ
ଅବା ସଂକେତ ସଂଯୋଜନାର ଅପାରଗତା
ସିଏ . . . ଅତି ନିଜର
ବେଳ ଗଡିଯାଉଛି . . . . . .
ଶୁଭେଚ୍ଛା ଜଣାଇବା ପାଇଁ . . . ଜନ୍ମଦିନର
ଚେଷ୍ଟା . . . ଥରେ, ଦି ଥର, ଅନେକ ଥର . . .
ମୋବାଇଲରେ ନମ୍ବର ଲଗାଉଛି
ଚାରିପଟେ ଜଙ୍ଗଲ ଏବଂ ପାହାଡ ଘେରା ଗୋଟିଏ ଗାଆଁକୁ
ହେଲେ, ଧ୍ୱନୀ ଶୁଭୁଛି . . . ଆପଣ ଅପହଞ୍ଚ ଦୂରତାରେ ଅଛନ୍ତି ।
----------- * ------------ ** ------------- *** -------------
ହଁ !
ଗୋଟା ପରେ ଗୋଟିଏ ରକେଟ ଛାଡି ଚାଲିଛୁ
ଉର୍ଦ୍ଧ୍ୱ, ଉର୍ଦ୍ଧ୍ୱ, ଆହୁରି ଉର୍ଦ୍ଧ୍ୱ . . . ଆର ଦୁନିଆକୁ
ହେଲେ . . . ସାଙ୍କେତିକ ଭାଷା
ଦୁର୍ଗମ ପଥକୁ ଭେଦିବା ପାଇଁ ବାଧାବିଘ୍ନ
ସ୍ଥଳ . . . ସ୍ଥୂଳ ଏ ଯାଏଁ ?
ଅପେକ୍ଷା ଆସନ୍ତା କାଲିର ଵିଜ୍ଞାନକୁ ।
ହେଉ . . .
କଥା ହେଇ ପାରିଲି ନାହିଁ . . .
ନ ହେଉ . . .
ଉପାୟ . . . ଏସ୍.ଏମ୍.ଏସ୍.ଟିଏ କରି ଦିଏ
ଆଡଜଷ୍ଟର ଭାଷା
ତ୍ୱରିତ କରିବ ସରି ସରିର ସାହିତ୍ୟକୁ