STORYMIRROR

DILIP KUMAR SAHOO

Others

3  

DILIP KUMAR SAHOO

Others

ଦୁର୍ଗତି ନାଶିନୀ

ଦୁର୍ଗତି ନାଶିନୀ

1 min
324


  

ଭୁବନେଶ୍ୱରୀ ଭୈରବୀ ଭଦ୍ରା ଭବାନୀ

ଅପର୍ଣ୍ଣା ପାର୍ବତୀ ସତୀ ଶିବା ଶିବାନୀ

ଶୈଳପୁତ୍ରୀ ଧୂମାବତୀ  ସିଦ୍ଧି ଦାୟିନୀ

ଦୁର୍ଗତନାଶିନୀ ଦୁର୍ଗେ ଦୁଃଖ ହାରିଣୀ


ଚାମୁଣ୍ଡା ଚଣ୍ଡୀ ଚଣ୍ଡିକା ମୁଣ୍ଡ ମାଳିନୀ

କୁଷ୍ମାଣ୍ଡାଗୋ ବିଶ୍ୱରୂପା ବିଶ୍ୱପାଳିନୀ

କାତ୍ୟାୟନୀ କାଳରାତ୍ରୀ ବ୍ରହ୍ମଚାରିଣୀ

କାଳୀ କାଳିକା ବଗଳା ଦୈତ୍ୟ ଦଳିନୀ


ଶର୍ବାଣୀ ସର୍ବମଙ୍ଗଳା ରୌଦ୍ରା ରୁଦ୍ରାଣୀ

ସାରଳା ଗୋ ସରସ୍ୱତୀ ବିଦ୍ୟାଦାୟିନୀ

ସ୍କନ୍ଧମାତା ଛିନ୍ନମସ୍ତା ଗିରି ନନ୍ଦିନୀ

 ଶକ୍ତି ରୂପିଣୀ ଷୋଡ଼ଶୀ ସିଂହବାହିନୀ


ଈଶ୍ୱରୀ କୁମାରୀ ତାରା ଧରା ଧାରିଣୀ

ମାହେଶ୍ୱରୀ ମହାଗୌରୀ ମାଆ ତାରିଣୀ

ଯୋଗିନୀଗୋ ଯୋଗମାୟା ଜଗ୍ଗଜନନୀ

 ଦୟା କର ଦୟାମୟୀ ପାଦେ ଦଇନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍