ଦୁର୍ଗତି ନାଶିନୀ
ଦୁର୍ଗତି ନାଶିନୀ
ଭୁବନେଶ୍ୱରୀ ଭୈରବୀ ଭଦ୍ରା ଭବାନୀ
ଅପର୍ଣ୍ଣା ପାର୍ବତୀ ସତୀ ଶିବା ଶିବାନୀ
ଶୈଳପୁତ୍ରୀ ଧୂମାବତୀ ସିଦ୍ଧି ଦାୟିନୀ
ଦୁର୍ଗତନାଶିନୀ ଦୁର୍ଗେ ଦୁଃଖ ହାରିଣୀ
ଚାମୁଣ୍ଡା ଚଣ୍ଡୀ ଚଣ୍ଡିକା ମୁଣ୍ଡ ମାଳିନୀ
କୁଷ୍ମାଣ୍ଡାଗୋ ବିଶ୍ୱରୂପା ବିଶ୍ୱପାଳିନୀ
କାତ୍ୟାୟନୀ କାଳରାତ୍ରୀ ବ୍ରହ୍ମଚାରିଣୀ
କାଳୀ କାଳିକା ବଗଳା ଦୈତ୍ୟ ଦଳିନୀ
ଶର୍ବାଣୀ ସର୍ବମଙ୍ଗଳା ରୌଦ୍ରା ରୁଦ୍ରାଣୀ
ସାରଳା ଗୋ ସରସ୍ୱତୀ ବିଦ୍ୟାଦାୟିନୀ
ସ୍କନ୍ଧମାତା ଛିନ୍ନମସ୍ତା ଗିରି ନନ୍ଦିନୀ
ଶକ୍ତି ରୂପିଣୀ ଷୋଡ଼ଶୀ ସିଂହବାହିନୀ
ଈଶ୍ୱରୀ କୁମାରୀ ତାରା ଧରା ଧାରିଣୀ
ମାହେଶ୍ୱରୀ ମହାଗୌରୀ ମାଆ ତାରିଣୀ
ଯୋଗିନୀଗୋ ଯୋଗମାୟା ଜଗ୍ଗଜନନୀ
ଦୟା କର ଦୟାମୟୀ ପାଦେ ଦଇନୀ
